ଫୁଟବଲ ମ୍ୟାଚ୍ ଦେଖୁଥିବା ବେଳେ ବଜ୍ରପାତରେ ଚାଲିଗଲା ୩ ଯୁବକଙ୍କ ଜୀବନ
ରାଉରକେଲା: ଖେଳ ଦେଖିବା ଖୁସି ପାଲଟିଗଲା କାଳ । ବଜ୍ରପାତରେ ଚାଲିଗଲା ୩ ଯୁବକଙ୍କ ଜୀବନ । ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଵିରୱଲ ଗାଁରେ ଘଟିଛି ଅଘଟଣ ।
ସୂଚନା ଅନୁସାରେ ଗାଁ ନିକଟସ୍ଥ ପଡିଆରେ ଫୁଟବଲ ଖେଳ ଚାଲୁଥିଲା। ସେହି ସମୟରେ ଶହ ଶହ ଦର୍ଶକ ଖେଳ ଦେଖୁଥିଲେ । ଏହି ସମୟରେ ସେଠାରେ ହଠାତ୍ ବଜ୍ରାଘାତ ହୋଇଥିଲା । ବଜ୍ରାଘାତ ଓ ବର୍ଷା ଯୋଗୁଁ ପଡ଼ିଆ ନିକଟ ଗଛ ତଳେ ଆଶ୍ରୟ ନେଇଥିଲେ ଏହି ତିନି ଯୁବକ। ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ଜଣା ପଡିଛି ।

ଜଣେ ମୃତକ ଲାଠିକଟା କର୍ଲାଖମନ ଗ୍ରାମର ୧୭ ଵର୍ଷୀୟ ଵିଶାଲ ବିଲୁଙ୍ଗ ଵୋଲି ଚିହ୍ନଟ କରାଯାଇଛି। ଅନ୍ୟଜଣେ ଵଣେଇ ନାଲଘାଟି ଗ୍ରାମର ୧୬ ଵର୍ଷୀୟ ସୁନିତ ଓରାମ ବୋଲି ଚିହ୍ନଟ କରାଯାଇଛି । ଅନ୍ୟ ଜଣେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସମସ୍ତଙ୍କୁ ରାଉରକେଲା ହସ୍ପିଟାଲ ନିଆଯାଇଥିବା ବେଳେ ମୃତ ଘୋଷଣା କରିଛନ୍ତି ଡାକ୍ତର ।ତିନି ଜଣଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି।












Click it and Unblock the Notifications