୩ ବର୍ଷରେ ବଜ୍ରପାତ ନେଇଛି ୧୦୭୫ ଜୀବନ

ଭୁବନେଶ୍ୱର: ବଜ୍ରପାତରେ ୩ ବର୍ଷରେ ୧୦୫୭ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୩ ବର୍ଷରେ ବଜ୍ରପାତ ନେଲାଣି ୧୦୫୭ ଜଣଙ୍କ ଜୀବନ । ଗୃହରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ୨୦୨୨ରୁ ୨୦୨୪ ମଧ୍ୟରେ ବଜ୍ରପାତ ହେତୁ ସର୍ବାଧିକ ୮୧ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ମୟୂରଭଞ୍ଜ ଜିଲ୍ଲାରେ ଘଟିଥିଲା। ସେହିପରି ​​ବାଲେଶ୍ବର ଜିଲ୍ଲା (୬୮) ଏବଂ ଗଞ୍ଜାମ ଜିଲ୍ଲା (୬୦) ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି।

ଚଳିତ ବର୍ଷର ୭ ମାସ ମଧ୍ୟରେ ଯାଇଛି ୨୦୧ ଜଣଙ୍କ ଜୀବନ । ୨୦୨୩- ୨୪ ରେ ୨୭୨ ଜଣ ପ୍ରାଣ ହରାଇଛନ୍ତି । ୨୦୨୨-୨୩ ରେ ୩୦୬ ଜଣଙ୍କ ଜୀବନ ଯାଇଛି । ୩ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ହୋଇଛି । ମୟୁରଭଞ୍ଜ , ବାଲେଶ୍ୱର ଓ ଗଞ୍ଜାମ ରେ ସର୍ବାଧିକ ମୃତ୍ୟୁ ଘଟିଛି । ଳିତ ଆର୍ଥିକ ବର୍ଷରେ ୨୦୧ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ମଧ୍ଯ ପ୍ରଦାନ କରାଯାଇଥିବା ବେଳେ ୧୨୪ଟି ମାମଲାର ବିଚାର ଚାଲିଛି ।

lightning

ଏପ୍ରିଲ ୧, ୨୦୧୫ଠାରୁ ରାଜ୍ୟ ସରକାର ବଜ୍ରପାତକୁ ଏକ ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ଏବଂ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+