ଆଲୋକୀକରଣ ହେବ ଶ୍ରୀମନ୍ଦିର: ଖର୍ଚ୍ଚ ହେବ ୧୭ କୋଟି ଟଙ୍କା

ପୁରୀ: ଶ୍ରୀମନ୍ଦିର ଆଲୋକୀକରଣ ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ। ଏହି ଅର୍ଥ ଅବଢ଼ା ଯୋଜନାରେ ଖର୍ଚ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସ୍‌ଆଇ) ପ୍ରସ୍ତୁତ କରିଥିବା ଡିପିଆର୍‌କୁ ମୋହର ମାରିଛି ପରିଚାଳନା କମିଟି। ସରକାର ବଦଳିବା ପରେ ପରେ ଶ୍ରୀମନ୍ଦିର ଚାରିପାଖେ ଲାଗିଥିବା ଫୋକସ୍‌ ଲାଇଟ୍‌ ଠିକା ସଂସ୍ଥା ଖୋଲିଦେଇଥିଲା। ଏହାପରେ ଶ୍ରୀମନ୍ଦିର ହଠାତ୍‌ ଅନ୍ଧାର ହୋଇ ପଡ଼ିଥିଲା ଓ ଲାଇଟ୍ ଲଗାଯିବା ପ୍ରସଙ୍ଗକୁ ନେଇ ବିବାଦ ଉତ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଠିକାସଂସ୍ଥା ଏହାକୁ ଲଗାଇଥିଲା।

ଖର୍ଚ୍ଚ ହେବ ୧୭ କୋଟି ଟଙ୍କା
ସରକାର ବଦଳିବା ପରେ ଠିକା ସଂସ୍ଥା ହଟାଇ ଦେଇଥିଲା
ହଠାତ୍‌ ଅନ୍ଧାର ହୋଇ ଯାଇଥିଲା ଶ୍ରୀମନ୍ଦିର

ଶ୍ରୀମନ୍ଦିର ପ୍ରଶାସନ ବା ସରକାର ଟଙ୍କାଟିଏ ଖର୍ଚ୍ଚ କରିନଥିବା ଦର୍ଶାଇଥିଲେ। ଘଟଣାର ତଦନ୍ତ ହେବା ସହ ଠିକାସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ ଅଧିକ ଖୋଳତାଡ଼ରୁ ଏଭଳି ଚିତ୍ର ପଦାକୁ ଆସିବାରୁ କର୍ତ୍ତୃପକ୍ଷ ଆଉ ତନାଘନା କରିନଥିଲେ। ଓଲଟା ଶ୍ରୀମନ୍ଦିର ପ୍ରଶାସନ ଠିକାସଂସ୍ଥା ଜରିଆରେ ଅଳ୍ପ ଲାଇଟ୍‌ ଲଗାଇ ଆଲୋକୀକରଣ ବ୍ୟବସ୍ଥା କରିଥିଲା। ଏବେ ଶ୍ରୀମନ୍ଦିର ପରିସର ସହ ଫୋକସ୍‌ ଲାଇଟ୍‌ ସ୍ଥାୟୀ ଭାବରେ ଲଗାଇବାକୁ
ନିଷ୍ପତ୍ତି ହୋଇଛି।

lighting of shree jagannath temple will cost 17 crore rupees

ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ଏଏସ୍‌ଆଇ ଶ୍ରୀମନ୍ଦିର ଭିତରେ 'ଫେକ୍‌ଡ ଇଲୁମିନେସନ୍‌ ପ୍ରୋଜେକ୍ଟ' ପ୍ରସ୍ତୁତି କରିଥିଲା। ଏଥିରେ ଅଁଳାବେଢ଼ାଠାରୁ ଆରମ୍ଭ କରି ମେଘନାଦ ପା‌ଚେରି ଝଲସୁଥିଲା। ଦାମୀ ଥ୍ରି-ଡି ଲାଇଟ୍‌ ସଂଯୋଗ କରାଯାଇଥିଲା। ଏଥିପାଇଁ ଦେଢ଼କୋଟି ବ୍ୟୟବରାଦ ହୋଇଥିଲା। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି 'ୱାପ୍‌କୋସ୍‌'କୁ ଏହି କାମର ଠିକା ଦିଆଯାଇଥିଲା।

ଡିସେମ୍ବର ପହିଲାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ଦୀର୍ଘ ୬ ବର୍ଷ ବନ୍ଦ ରହିବା ପରେ ଏହାକୁ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି। ୧ ତାରିଖରୁ ଏହାକୁ ପରୀକ୍ଷାମୂଳକ ଭାବେ ଖୋଲାଯିବ। ଏଥିପାଇଁ ଭକ୍ତଙ୍କ ପିଛା ଟିକେଟ୍‌ର ମୂଲ୍ୟ ୧୦ ଟଙ୍କା ରହିବ। ୫ ବର୍ଷରୁ କମ୍ ଓ ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ଦେୟମୁକ୍ତ ରହିବ।

ମୁଣ୍ଡପିଛା ୧୦ ଟଙ୍କା ନେବ ଶ୍ରୀମନ୍ଦିର ପ୍ରଶାସନ
ଦେୟମୁକ୍ତ ପ୍ରବେଶ ପାଇଁ ଦାବି ହୋଇଆସୁଥିଲା

ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ସୁବିଧା ପାଇବେ। ଶୀତଦିନେ ବା ନଭେମ୍ବରରୁ ଫେବ୍ରୁଆରି ମାସରେ ଏହା ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ରୢାମ୍ପ୍‌ ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ପାଇଁ ମୋବାଇଲ ଓ ଜୋତାଷ୍ଟାଣ୍ଡ ଦେୟମୁକ୍ତ ରହିବ। ମହାପ୍ରଭୁଙ୍କ ଜନ୍ମବେଦି ତଥା ବାଲ୍ୟକାଳର ଲୀଳାଭୂମି ଭାବେ ପରିଚିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ କରୋନା ଆଳରେ ବନ୍ଦ କରିଦେଇଥିଲେ। ୨୦୨୨ ମସିହାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏହା ପରେ ଆଉ କୌଣସି ପଦକ୍ଷେପ ନିଆଯାଇ ନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+