ଆଜିଠୁ କମିବ ବର୍ଷା ପରିମାଣ; ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଆଜିଠୁ କମିବ ବର୍ଷା ପରିମାଣ । ରାଜ୍ୟରେ ୧୧ତାରିଖ ଯାଏ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ପୂରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ କାଁ ଭାଁ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଶୁକ୍ରବାର କଟକରେ ୪୯.୨ ମି.ମି. ବର୍ଷା ହୋଇଥିବାବେଳେ ଭୁବନେଶ୍ବର ୩୨.୬, କେନ୍ଦୁଝର ୧୨ ଏବଂ ଜଗତସିଂହପୁରରେ ୧୯.୩ ମି.ମି. ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆହୁରି ୨୪ଘଣ୍ଟା ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ସାରା ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି ହୋଇଛି । ଆସନ୍ତା ୯ ତାରିଖ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ଗତ ୨୪ ଘଣ୍ଟାରେ ବରଗଡ଼ ଜିଲା ପଦମପୁର ଅଞ୍ଚଳରେ ସର୍ବାଧିକ ୮.୮ ସେମି ବର୍ଷା ରେକର୍ଡ କରାଯାଇଛି । ଏହାଛଡ଼ା ଝାରସୁଗୁଡା, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ, ଦେବଗଡ ଆଦି ଜିଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ପୂର୍ବ ରାଜସ୍ଥାନ ଉପରେ ଥିବା ଲଘୁଚାପ କ୍ଷେତ୍ର ଦେଇ ମୌସୁମୀଜନିତ ନିମ୍ନଚାପରେଖା ଗତି କରୁଛି । ଏହା ପ୍ରଭାବରେ ଆଉ ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି ।
ହୀରାକୁଦରେ ବନ୍ୟା ଜଳ:
ଖୋଲିଲା ହୀରାକୁଦର 24ଟି ଗେଟ । ଶୁକ୍ରବାର ଅପରାହ୍ନ 3ଟା ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମର 24ଟି ଗେଟକୁ ପର୍ଯ୍ୟାୟ କ୍ରମରେ ଖୋଲା ଯାଇଛି l ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରିଛି । ହୀରାକୁଦ ଡ୍ୟାମରେ ଜଳ ସ୍ତର ବୃଦ୍ଧି ପାଇବାରୁ 24ଟି ଗେଟ ଖୋଲା ଯାଇଛି ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।












Click it and Unblock the Notifications