୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା, ୩୦ରୁ ୪୦ କିମି ପବନ ନେଇ ପୂର୍ବାନୁମାନ

ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ଏଭଳି ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାଂଶ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଜୁଳି ଘଡ଼ଘଡ଼ି ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିମି ପବନ ନେଇ ପୂର୍ବାନୁମାନ କରାଯାଇଛି।

rain
ସେହିପରି ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ୨୦ଟି ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସମୟରେ ଏହି ଜିଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଏବଂ ୩୦-୪୦ କି.ମି. ବେଗରେ ଝଟ୍‌କା ପବନ ବହିବା ନେଇ ସୂଚନା ଦିଆଯାଇଛି। ବୁଧବାର ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲାଗୁଡିକରେ ଏଭଳି ହାଲୁକାରୁ ମଧ୍ୟମ ଧରଣର ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେହିପରି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ବିଜୁଳି ହେବା ନେଇ ପୁର୍ବାନୁମାନ କରାଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପୁରୀଠାରେ ସର୍ବାଧିକ ବର୍ଷା ୭୭.୨ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ, ଭଦ୍ରକ ଚାନ୍ଦବାଲିରେ ୫୬.୪ ମି.ମି ଏବଂ ସୋନପୁରଠାରେ ୩୨.୨ ମି.ମି. ବର୍ଷା ହୋଇଛି। ଏଥିସହ ଏବେ ରାଜ୍ୟରେ ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ ପାଣିପାଗ ସ୍ଥିତି ନଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+