Lifestyle: ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର
ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର । ଦିଲ୍ଲୀ ଏମସରେ ନାବାଳିକା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି । ଯଦି ଆଜି ଅସ୍ତ୍ରୋପଚାର ହୁଏ ତେବେ ବୟାନ ରେକର୍ଡ କରିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ ।
ପୀଡ଼ିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ପାଇଁ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ଓ ପୁରୀ ପୋଲିସ ହେଡ଼ କ୍ଵାଟର ମହିଳା DSP କଳ୍ପନା କାହଂରି । ବୟାନ ରେକର୍ଡ ସମୟରେ ସମ୍ପୂର୍ଣ୍ଣ ଭିଡିଓ କରାଯିବ । ପୂର୍ବରୁ କ୍ରାଇମବ୍ରାଞ୍ଚ ଓ ବଳଙ୍ଗା ଥାନାର ମହିଳା ASI ବୟାନ ରେକର୍ଡ କରି ଫେରିଥିଲା ।

ସେପଟେ ଆଜି, ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ପୁଣି ବୟାନ ରେକର୍ଡ କରାଯାଇପାରେ । ଘଟଣାର ତଦନ୍ତ ଭାର ନେଇଥିବା ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ , ପୀଡିତା ଙ୍କ ବୟାନ ରେକର୍ଡ କରିପାରନ୍ତି । ଏହି ସମୟରେ ପୀଡିତାଙ୍କ ବୟାନ ରେକର୍ଡ କରିବାର ସମ୍ପୂର୍ଣ ଭିଡିଓ କରାଯିବ । ପୂର୍ବରୁ ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ବୟାନ କରି ଫେରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ଓ ବଳଙ୍ଗା ଥାନାର ମହିଳା ଏଆଇସି ।












Click it and Unblock the Notifications