Lifestyle: ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ ରହିବ ଘରର ସିଡି ?
ଘର ତିଆରି କଲାବେଳେ ପ୍ରତ୍ୟେକ ଲୋକ ପ୍ରତିଟି ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ କରିଥାନ୍ତି । ଘରର ପ୍ରତ୍ୟେକ ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ ସଠିକ ସ୍ଥାନରେ ନ ରହିଲେ, ଘର ଉପରେ ବିପଦ ମାଡି ଆସିଥାଏ । ଏପରକି ଘରର ସିଡି ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁସାରେ କରାଯାଇଥାଏ ।
ତେବେ ଚାଲନ୍ତୁ ଜାଣିବା ଘରର ସିଡି କେଉଁ ଦିଗରେ କରିଲେ ଶୁଭପ୍ରଦ ହୋଇଥାଏ । ଏହାସହ କେଉଁ ଦିଗରେ ସିଡି ରହିଲେ ଘର ଉପରେ ବିପଦ ମାଡ଼ି ଆସିଥାଏ ଓ ଘରେ ସବୁବେଳେ ଅଶାନ୍ତି ଲାଗି ରହିବା ସହ ଅଭାବ ଅନାଟନ ଲାଗି ରହିଥାଏ । ସେହି ବିଷୟରେ ଆସନ୍ତୁ ଜାଣିବା ।

- ୧. ବାସ୍ତୁ ନିୟମ ଅନୁସାରେ ସିଡିର ସ୍ଥାନ ୧୬୦ ଡିଗ୍ରୀ ଦକ୍ଷିଣରୁ ୩୧୦ ଜିଗ୍ରୀ ଉତ୍ତର- ପଶ୍ଚିମରେ ହେବା ଉଚିତ୍ । ଅର୍ଥାତ ଦକ୍ଷିଣ-ପଶ୍ଚିମ ନୈରୁତ୍ୟ କୋଣ, ଦକ୍ଷିଣ ବାହୁ ଅଗ୍ନି କୋଣକୁ ଛାଡି ପଶ୍ଚମ, ଉତ୍ତର-ପଶ୍ଚିମ ବାୟୁ କୋଣରେ ହେବା ଉଚିତ୍ ।
- ୨. ଘରର ସିଡ଼ି ସଦା ସର୍ବଦା ଦକ୍ଷିଣାବର୍ତ୍ତି ହେବା ଉଚିତ୍ ।
- ୩. ଘର ସିଡି ପାହାଚର ଉଚ୍ଚତା ଚାରି ଇଞ୍ଚ କିମ୍ବା ଚାରି ଇଞ୍ଚ ଅଧେ ହେବା କଥା ।
- ୪. ସିଡି ପାହାଚ ଅଧିକ ଉଚ୍ଚ ହେଲେ ଆଣ୍ଠୁ ସମସ୍ୟା ଆସିଥାଏ । କାରଣ ସହଜରେ ଆମ ପାଦରେ ଚାଲିଲା ବେଳେ ସାଢେ ତିନି ଇଞ୍ଚ ଉପରକୁ ଉଠିଥାଏ । ସିଡି ଚଢ଼ିଲାବେଳେ ସାଢେ ଚାରି ଇଞ୍ଚ ରହିଲେ ଶରୀର ଉପରେ କୌଣସି ପ୍ରଭାବ ପଡେ ନାହିଁ ।
- ୫. ସିଡିର ପାହାଚ ଯଥାକ୍ରମେ ୧୭, ୧୯, ୨୧, ୨୩ ହେବା ଉଚିତ୍ ।
- ୭. ଭୂମିର ଛାତଠାରୁ ଉଚ୍ଚତା ଅତି କମ୍ ରେ ୧୧ ଫୁଟ୍ ହେବା ଉଚିତ୍ ।
- ୮. ସିଡିର ରଙ୍ଗ ହାଲୁକା ହଳଦିଆ ହେବା ଉଚିତ୍ ।
- ୯. ସିଡିର ପାହାଚର ରଙ୍ଗ ଲାଲ ହେବା ଶୁଭ। କଳା ଅଶୁଭ ହୋଇ ଥାଏ।
- ୧୦. ସିଡି କେବେବି ଐଶନ୍ୟ, ଉତ୍ତର, ପୂର୍ବ, ଅଗ୍ନିକୋଣ, ବ୍ରହ୍ମ ସ୍ଥାନରେ କରନ୍ତୁ ନାହିଁ।












Click it and Unblock the Notifications