କଟକରେ ଜନଜୀବନ ସ୍ବାଭାବିକ ଭାବେ ଚାଲିଛି, ସ୍ଥିତି ନିୟନ୍ତ୍ରଣରେ ଅଛି: ପୁଲିସ

କଟକ ସହରରେ ଗତ କିଛିଦିନ ପୂର୍ବରୁ ଘଟିଥିବା ହିଂସା ଘଟଣା ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ କମିସନରେଟ୍‌ ପୁଲିସ ଚେତାବନୀ ଦେଇଛି । ଆପତ୍ତିଜନକ ନକରିବାକୁ ପୁଲିସ ପକ୍ଷରୁ ‌ପରାମର୍ଶ ଜାରି କରାଯାଇଛି।

ପୁଲିସ କମିସନର କହିଛନ୍ତି, କଟକ ହିଂସା ଘଟଣାରେ ବର୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି । ପ୍ରଥମ ଦିନରେ ୬ ଜଣ ଏବଂ ଆଜି ୩ ଜଣ ଅଭି‌ଯୁକ୍ତ ଗିରଫ ହୋଇଛନ୍ତି। ଆପତ୍ତିଜନକ ପୋଷ୍ଟ ପାଇଁ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ରାଲି ପାଇଁ ଅନୁମତି ନଦେବାରୁ ହିଂସା ଘଟାଇଥିବା ୨୦ ଜଣଙ୍କୁ ଗିରଫ ହୋଇଛନ୍ତି। ପାଖାପାଖି ୩୦୦ରୁ ଊର୍ଦ୍ଧ୍ବ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇ ଦିଆଯାଇଛି । ସଦ୍‌ଭାବନା ଓ ଶାନ୍ତି ଭଙ୍ଗ କରିଥିବା ଲୋକଙ୍କୁ ଦମନ କରାଯିବ। ଅଭିଯୁକ୍ତମାନଙ୍କର ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ ।

ପରାମର୍ଶ ମାଧ୍ୟମରେ ପୁଲିସ କମିସନର କହିଛନ୍ତି, ନିଜ କ୍ୟାରିୟର ଉପରେ ଦୃଷ୍ଟିରେ ଦିଅନ୍ତୁ। ସାମାଜିକ ଗଣମାଧ୍ୟମରେ କିଛି ବି ଆପପ୍ରଚର କରନ୍ତୁ ନାହିଁ। ବର୍ତମାନ କଟକରେ ସ୍ଥିତି ନିୟନ୍ତ୍ରଣରେ ଅଛି। ଜନଜୀବନ ସ୍ବାଭାବି ଭାବେ ଚାଲିଛି। ହିଂସାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଛି। ସତର୍କତା ଅବଲମ୍ବନ କରାଯାଇଛି। ପୁଲିସ କଟକ ଉପରେ କଡା ନଜର ରଖିଛି।

Life is going on normally in Cuttack situation is under control Police

ସୂଚନାଯୋଗ୍ୟ, କଟକ ସହରରେ ଗତ କିଛି ଦିନ ପୂର୍ବରୁ ୨ଟି ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯାଇଥିଲା। ଏହି ଘଟଣା ସମୟ କ୍ରମେ ବଢ଼ି ଚାଲିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ପୁଲିସ ମୁତୟନ କରାଯାଇଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ମୋଟ ୨୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ଜଣଙ୍କର ଅବସ୍ଥା ଗୁରୁତର ଥିଲା। ପରିସ୍ଥିତିର ମୁକାବିଲା କରିବା ପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। କଟକ ସହରର ୧୩ଟି ଥାନା ଅଞ୍ଚଳରେ ଦୁଇଦିନ ପାଇଁ ଇଣ୍ଟରନେଟ ସେବା ଲାଗୁ କରିଥିଲା। ସେହିପରି ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+