Get Updates
Get notified of breaking news, exclusive insights, and must-see stories!

ହେତୁବାଦୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ଦୃଢ କାର୍ଯ୍ୟାନୁଶଷ୍ଠାନ ପାଇଁ ଦାବି କଲେ ଛତିଶା ନିଯୋଗ ନାୟକ

ହେତୁବାଦୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ଦୃଢ କାର୍ଯ୍ୟାନୁଶଷ୍ଠାନ ପାଇଁ ଦାବି କଲେ ଛତିଶା ନିଯୋଗ ନାୟକ

ପୁରୀ: ହେତୁବାଦୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ। ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏଥିରେ ଦାବି କରାଯାଇଛି । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ଧର୍ମୀୟ ଭାବନା ଏବଂ ଆସ୍ଥାକୁ ହେତୁବାଦୀମାନେ କୁଠାରାଘାତ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ଭୋଗକୁ ନେଇ ଦେଇଥିବା ମନ୍ତବ୍ୟ ଏବଂ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚରିତ୍ର ସଂହାର ଭକ୍ତଙ୍କ ଭାବନାରେ ଆଞ୍ଚ ଆଣିଛି ଏହାସହ ସେମାନେ ଔଦ୍ଧତ୍ୟର ସମସ୍ତ ସୀମ ଉଲ୍ଲଂଘନ କରିଛନ୍ତି ବୋଲି ଏହି ଚିଠିରେ ଦର୍ଶାଯାଇଛି । ହେତୁବାଦୀମାନେ ହିନ୍ଦୁ ଧର୍ମ ବିରୋଦ୍ଧରେ ଏପରି ମନ୍ତବ୍ୟ ଦେଇଥିବାରୁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ।

Chhatisha Niyoga Nayak

ତେବେ ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଦିନ ହେତୁବାଦୀ ମାନେ ଶହ ଶହ ବର୍ଷର ହିନ୍ଦୁ ଧର୍ମର ପ୍ରଥା ଓ ପରମ୍ପରାକୁ ବିରୋଧ କରି କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଭାବନା ଓ ବିଶ୍ୱାସକୁ କୁଠାରଘାତ କରିବା ସହ ଭଗବାନ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚରିତ୍ର ସଂହାର କରି ବୟାନ ଦେଇଛନ୍ତି ସେହିପରି ଶ୍ରୀଜଗନ୍ନାଥଙ୍କୁ ଭାତ ଏବଂ ଚିକେନ୍ ଭୋଗ ଲଗେଇବାକୁ କହି ସେମାନେ ଔଦ୍ଧତ୍ୟର ସମସ୍ତ ସୀମା ଲଂଘନ କରିଛନ୍ତି । ହେତୁବାଦୀମାନେ ନିଜର ବିଶ୍ୱାସକୁ ନେଇ ବଞ୍ଚିବା ତାଙ୍କର ଅଧିକାର ହେଲେ କୋଟି କୋଟି ହିନ୍ଦୁଙ୍କର ବିଶ୍ୱାସ ଓ ଆସ୍ଥାକୁ ବିରୋଧ କରିବାର ଅଧିକାର ସେମାନଙ୍କର ନାହିଁ । ତେଣୁ ରାଜ୍ୟ ସରକାର ତୁରନ୍ତ ହେତୁବାଦୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଦାବି କରିଛନ୍ତି ନ ହେଲେ ଆଗାମୀ ଦିନରେ ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ଅଭିଯୋଗପତ୍ର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+