ଶ୍ରୀମନ୍ଦିର ପୋଷାକ ପାଇଁ ଚିଠି; ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଚିଠି
ପୁରୀ: ଶ୍ରୀମନ୍ଦିରକୁ ଗଲେ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଚିଠି । ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ସଚେତନତା ପାଇଁ କହିଲେ । ମହିଳା ଭକ୍ତମାନଙ୍କୁ ଶାଢ଼ୀ, ଶାଲୱାର୍ କମିଜ୍ ପିନ୍ଧିବାକୁ ଚିଠିରେ ଉଲ୍ଲେଖ ।
ପୁରୁଷ ଭକ୍ତମାନେ ପ୍ୟାଣ୍ଟସାର୍ଟ, ଧୋତି ଆଦି ପରିଧାନ କରିପାରିବେ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ସଚେତନ କରିବାକୁ ପରାମର୍ଶ ।ତେବେ ବିଧିବଦ୍ଧ ଭାବେ କୌଣସି ଡ୍ରେସ୍କୋଡ୍ ଲାଗୁ ହୋଇନଥିବା କହିଲେ । ନିୟମ ଲାଗୁ ହୋଇନି, ବିବେକ ଅନୁସାରେ ଶାଳୀନତା ପୋଷାକ ପିନ୍ଧନ୍ତୁ ବୋଲି ଚିଠିରେ ଉଲ୍ଲେଖ ।
ଶ୍ରୀମନ୍ଦିର ଯିବାକୁ ହେଲେ ଭକ୍ତଙ୍କ ପୋଷାକରେ ଶାଳୀନତା ରଖିବାକୁ ପଡିବ । ଶାଳୀନତା ଭାବେ ପୋଷାକ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯିବେ । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଆଜି ଠାରୁ ଭକ୍ତଙ୍କୁ ଏ ନେଇ ସଚେତନ କରାଯିବ । ଆଉ ୩ ମାସ ସଚେତନ ପରେ ଆସନ୍ତା ଜାନୁଆରୀ ପହିଲାରୁ ଏହି ନିୟମ କଡାକଡି ହେବ । ସିଂହଦ୍ୱାର ଓ ଅନ୍ୟ ଦ୍ୱାରରେ ଏନେଇ କଡା ଚେକିଂ କରାଯିବ ।

ଶ୍ରୀମନ୍ଦିର କ'ଣ ପିନ୍ଧି ପ୍ରବେଶ କରିପାରିବେ ?
ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ଶାଳୀନତା ପୋଷାକ ପିନ୍ଧିଥିଲେ ହିଁ ମନ୍ଦିର ଭିତରକୁ ଯିବା ପାଇଁ ସେମାନଙ୍କୁ ଅନୁମତି ମିଳିପାରିବ । ଚିରା-ଫଟା କିମ୍ବା ଛୋଟ ଡ୍ରେସ ପିନ୍ଧିଥିଲେ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାର ଅନୁମତି ଦିଆଯାଇ ପାରିବ ନାହିଁ । ଆସନ୍ତା ନୂଆବର୍ଷରୁ ଭକ୍ତମାନଙ୍କ ପାଇଁ ଏହି 'ପୋଷାକ' କଟକଣା ଲାଗୁ କରାଯିବ । ଏହାସହିତ ଏହି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏହି ନିୟମ ନେଇ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ସଚେତନ କରାଯିବ । ତେବେ ଏହାର ତଦନ୍ତ ଦାୟିତ୍ୱ ଜେଟିପି ଏବଂ ପ୍ରତିହାରୀ ସେବକଙ୍କ ଉପରେ ନ୍ୟସ୍ତ କରାଯାଇଛି ।
ତେବେ ୧୨ ବର୍ଷର ପିଲାମାନଙ୍କ ପାଇଁ ହାଫ୍ ପ୍ୟାଣ୍ଟ ପିନ୍ଧି ଭିତରକୁ ଯିବାର ଅନୁମତି ଦିଆଯିବ । ସେହିପରି ଭକ୍ତମାନେ ହାତକଟା ପୋଷାକ ପିନ୍ଧି ମଧ୍ୟ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ । ଏହିଭଳି ପୋଷାକ ପିନ୍ଧିଥିଲେ ଭକ୍ତମାନଙ୍କୁ ମନ୍ଦିର ଯିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ମନ୍ଦିର ପରିଚାଳନା କମିଟି ।












Click it and Unblock the Notifications