ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ, ସବୁ DEO, BEOଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି
ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ଆନ୍ଦୋଳନରତ ଶିକ୍ଷକଙ୍କୁ ନିର୍ଦ୍ଦେଶ । ସବୁ DEO, BEOଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି । ବର୍ଷକୁ ୨୨୦ ଦିନ ସ୍କୁଲ ଆସିବା ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ବୋଲି କହିଲେ ।
ବର୍ଷକୁ ୨୨୦ ଦିନ ସ୍କୁଲ ନଗଲେ ପରବର୍ତ୍ତୀ ସମୟରେ ଶିକ୍ଷକମାନେ ଭରଣା କରିବେ ବୋଲି କହିଲେ । ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ଚିଠିରେ ଉଲ୍ଲେଖ ରହିଛି ।
ଗତକାଲିଠୁ ସମୂହ ଛୁଟିରେ ଅଛନ୍ତି ପ୍ରାଥମିକ ଶିକ୍ଷକ । ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ଚରମ ନିଷ୍ପତ୍ତି ନେଇଥିଲେ । ସାରା ରାଜ୍ୟରୁ ୧ ଲକ୍ଷ ୩୦ ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦିନକୁ ଦିନ ଆନ୍ଦୋଳନ ତୀବ୍ରତର ହୋଇଛି ।

ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି ଶିକ୍ଷକ
ଠିକା ଅବଧିକୁ ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆନ୍ଦୋଳନ ହୋଇଛି । ଯୁକ୍ତଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ନିମନ୍ତେ ଦାବି ହୋଇଛି ।
ସରକାର ବାରମ୍ବାର ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ପୂରଣ କରି ପାରୁ ନାହାନ୍ତି । ତେଣୁ ଆନ୍ଦୋଳନ ତୀବ୍ରତର ହୋଇଛି । ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ତେବେ ଆଗକୁ କଣ ହେଇଛି ତାହା ଦେଖିବାକୁ ବାକି ରହିଲା । ଏହାରି ଭିତରେ ସବୁ DEO, BEOଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ସାମିଲ ହେବାକୁ କୁହାଯାଇଛି ।












Click it and Unblock the Notifications