ଦିଲ୍ଲୀ ଯିବା ବନ୍ଦ ହେଉ, କାହିଁକି ଏମିତି କହିଲେ ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି
୨୫ ବର୍ଷର ଶାସନକୁ ହରାଇ କ୍ଷମତାକୁ ଆସିଛି ଏଥର ଭାରତୀୟ ଜନତା ପାର୍ଟି। ଆଉ ଏଥର ବିଜେଡି ନୁହେଁ ରାଜ୍ୟରେ ବିଜେପି ସରକାର ଗଢିଛି । ଆଉ ସବୁଥର ପରି ଏଥର କିଛି ନୂଆ ଦୃଶ୍ୟ ଦେଖିବାକୁ ମିଳିବ ଓଡ଼ିଶା ବିଧାନ ସଭାରେ କାରଣ ଏଥର ବିଜେପି ଓ କଂଗ୍ରେସ ନୁହେଁ ବିରୋଧୀ ଦଳ ଭୂମିକାରେ ଦେଖିବାକୁ ମିଳିବ ବିଜେଡିକୁ । କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସର ସ୍ଥିତିରେ ସେଭଳି କୌଣସି ପରିବର୍ତନ ଦେଖିବାକୁ ମିଳିନାହିଁ । ଯଦିଓ ଗତ ଗତ ନିର୍ବାଚନ ତୁଳନାରେ ଦଳର ଆସନ ସଂଖ୍ୟା ବୃଦ୍ଧି ପାଇଛି, କିନ୍ତୁ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।

ସେପଟେ କଂଗ୍ରେସ ରାଜ୍ୟରେ କିପରି ଏକ ନମ୍ବର ହେବ, ସେ ନେଇ ଦିଗଦର୍ଶନ ଦେଇଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି । କହିଛନ୍ତି, କଂଗ୍ରେସରେ ଗୋଷ୍ଠୀ ବନ୍ଦ କରାଯାଉ । ବାରମ୍ବାର ଦିଲ୍ଲୀ ଯିବା ବନ୍ଦ ହେବ । ଯିଏ ଦାୟିତ୍ୱ ନେଉ ପଛେ କଂଗ୍ରେସକୁ ଭାଗ କରାନଯାଉ ।
ଏହାହେଲେ ୨୦୧୯ରେ କଂଗ୍ରେସ ରାଜ୍ୟର ଏକ ନମ୍ବର ଦଳ ହେବ ବୋଲି ତାରା କହିଛନ୍ତି । ତାରା ଆହୁରି କହିଛନ୍ତି ଯେ ଆଗାମୀର ଦିନରେ କଂଗ୍ରେସ ବିରୋଧୀ ଦଳ କାମ କରିବ । କାରଣ ଇଡି, ସିବିଆଇ ଭୟରେ ବିରୋଧୀ ଦଳ ଭୂମିକା ତୁଲାଇପାରିବନି ବିଜେଡି । ତେଣୁ କଂଗ୍ରେସ ହିଁ ଆଗାମୀ ୫ ବର୍ଷ ବିରୋଧୀ ଦଳ ଭୂମିକା ତୁଲାଇବ ବୋଲି ତାରା କହିଛନ୍ତି ।












Click it and Unblock the Notifications