Get Updates
Get notified of breaking news, exclusive insights, and must-see stories!

ଆସନ୍ତୁ ଜାଣିବା, ଅକ୍ଷୟ ତୃତୀୟାର ୨୫ଟି ମହତ୍ତ୍ଵ..., ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅକ୍ଷୟ ତୃତୀୟା ସ୍ୱୟଂସିଦ୍ଧ ମୁହୂର୍ତ୍ତ ଭାବରେ ଜଣାଶୁଣା। ଅକ୍ଷୟ ତୃତୀୟା ଦିନ ମାଙ୍ଗଳିକ କାର୍ଯ୍ୟର ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଅକ୍ଷୟ ତୃତୀୟା ନିଜର ନାମ ଅନୁରୂପ ଶୁଭଫଳ ପ୍ରଦାନ କରିଥାଏ। ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ରମା ନିଜର ଉଚ୍ଚ ରାଶିରେ ରହିଥାନ୍ତି।

Akshaya Tritiya

ଆସନ୍ତୁ ଜାଣିବା, ଅକ୍ଷୟ ତୃତୀୟାର ୨୫ଟି ମହତ୍ତ୍ଵ...

୧) ଲୋକେ ଅକ୍ଷୟ ତୃତୀୟା ତିଥିରେ ନୂତନ ବାହାନ କିଣିବା ଅଥବା ଗୃହ ପ୍ରବେଶ କରିବା, ଆଭୂଷଣ କ୍ରୟ ଇତ୍ୟାଦି କାର୍ଯ୍ୟ ପାଇଁ କରିଥାନ୍ତି। ମାନ୍ୟତା ଅଛି କି ଏହି ଦିନ ସମସ୍ତଙ୍କ ଜୀବନରେ ଉତ୍ତମ ଭାଗ୍ୟ ଏବଂ ସଫଳତା ଆଣିଥାଏ। ଏଥିପାଇଁ ଲୋକମାନେ ଏହି ଦିନ ଜମି ସମ୍ବନ୍ଧୀୟ କାର୍ଯ୍ୟ, ସେୟାର ମାର୍କେଟରେ ନିବେଶ, ଏବଂ ନୂତନ ବ୍ୟବସାୟ ଆଦି ଆରମ୍ଭ କରିବା ପାଇଁ ଇଚ୍ଛା କରିଥାନ୍ତି।

୨) ଅକ୍ଷୟ ତୃତୀୟା ଦିନ ଯାହାବି କାମ କରାଯାଇଥାଏ ଶୁଭ ହୋଇଥାଏ ବୋଲି ଲୋକଙ୍କର ବିଶ୍ଵାସ ରହିଛି। ଅର୍ଥାତ ଏହି ଦିନ ଯାହା ବି ଭଲ କାମ କରିବା ତାହାର ଫଳ କେବେ ସମାପ୍ତ ହୋଇନଥାଏ। ଯଦି କିଛି ଖରାପ କାମ କରିବା ତା' ହେଲେ ସେହି କାମର ପରିଣତି ଅନେକ ଜନ୍ମ ପର୍ଯ୍ୟନ୍ତ ଭୋଗିବାକୁ ପଡ଼ିଥାଏ ବୋଲି ଲୋକ କଥା ରହିଛି।

୩) ପୃଥିବୀରେ ଦେବତାମାନେ ଅବତାର ନେଇଥିଲେ। ସେଥି ମଧ୍ୟରୁ ବିଷ୍ଣୁଙ୍କୁ ଷଷ୍ଠ ଅବତାର ଥିଲେ ଭଗବାନ ପର୍ଶୁରାମ। ପୁରାଣରେ ବର୍ଣ୍ଣିତ ହୋଇଛି ଯେ ତାଙ୍କ ଜନ୍ମ ଅକ୍ଷୟ ତୃତୀୟାରେ ହୋଇଥିଲା।

୪) ଏହି ଦିନ ଭଗବାନ ବିଷ୍ଣୁଙ୍କର ଚରଣରୁ ଧରିତ୍ରୀରେ ଗଙ୍ଗା ଅବତରିତ ହୋଇଥିଲେ। ସତ୍ୟ ଯୁଗ, ଦ୍ୱାପର ଏବଂ ତ୍ରେତୟା ଯୁଗ ଆରମ୍ଭ ହୋଇଥିଲା।

୫) ଶାସ୍ତ୍ରର ଏହି ମାନ୍ୟତାକୁ ବର୍ତ୍ତମାନ ବ୍ୟାପାରର ରୂପ ଦିଆଗଲାଣି। ଯେଉଁ କାରଣରୁ ଅକ୍ଷୟତୃତୀୟାର ମୂଳ ଉଦ୍ଦେଶ୍ୟକୁ ଛାଡ଼ି ଲୋକମାନେ କିଣାକିଣିରେ ଲାଗିଥାନ୍ତି। ବାସ୍ତବରେ ଏହି ଦିନ ବସ୍ତୁ କିଣିବାର ଦିନ ହୋଇନଥାଏ। ବସ୍ତୁ କିଣାକିଣି କରିବା ଦ୍ୱାରା ଆପଣଙ୍କର ସଞ୍ଚିତ ଧନ ଖର୍ଚ୍ଚ ହୋଇଥାଏ।

୬) ବୈଶାଖ ମାସ ପରି ମାସ କୌଣସି ମାସ ହୋଇନଥାଏ। ସତ୍ୟଯୁଗ ସମାନ କୌଣସି ଯୁଗ ହୋଇନଥାଏ। ବେଦ ସମାନ କୌଣସି ଶାସ୍ତ୍ର ହୋଇନଥାଏ ଏବଂ ଗଂଗା ସମାନ କୌଣସି ତୀର୍ଥ ହୋଇନଥାଏ।

୭) ବୈଶାଖ ମାସର ବିଶିଷ୍ଟତା ଏଥିରେ ଆସିଥିବା ଅକ୍ଷୟ ତୃତୀୟା କାରଣରୁ ଅକ୍ଷୁର୍ଣ୍ଣ ହୋଇଥାଏ। ବୈଶାଖ ମାସର ଶୁକ୍ଲପକ୍ଷ ତୃତୀୟାର ଉଲ୍ଲେଖ ଧର୍ମସୂତ୍ର, ମତ୍ସ୍ୟ ପୁରାଣ, ନାରଦୀୟ ପୁରାଣ ତଥା ଭବିଷ୍ୟ ପୁରାଣ ଆଦିରେ ମିଳିଥାଏ।

୮) ଏହି ସମୟ ନିଜର ଯୋଗ୍ୟତା ଏବଂ ନିଜର କ୍ଷମତାକୁ ବଢ଼ାଇବା ପାଇଁ ଉତ୍ତମ ହୋଇଥାଏ।

୯) ଏହି ମୁହୂର୍ତ୍ତ ନିଜର କର୍ମକୁ ଠିକ୍ ଦିଗରେ ପ୍ରୋତ୍ସାହିତ କରିବା ପାଇଁ ଶ୍ରେଷ୍ଠ ବିବେଚନା କରାଯାଇଥାଏ।

୧୦) ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟାକୁ ଆଖାତିଜ ରୂପରେ ମନାଯାଇଥାଏ। ଭାରତୀୟ ଜନମାନସରେ ଏହା ଅକ୍ଷୟ ଜିନିଷ ନାମରେ ପ୍ରସିଦ୍ଧ ଅଟେ।

୧୧) ପୁରାଣ ଅନୁସାରେ ଏହି ଦିନ ସୂର୍ଯୋଦୟ ପୂର୍ବରୁ ଉଠି ସ୍ନାନ, ଦାନ, ଜପ, ସ୍ୱାଧାୟ ଆଦି କରିବା ଶୁଭ ଫଳଦାୟୀ ଭାବେ ଜଣାଯାଇଥାଏ। ଏହି ତିଥିରେ କରାଯାଇଥିବା ଶୁଭକର୍ମର ଫଳ କ୍ଷୟ ହୋଇନଥାଏ।

୧୨) ଯଦି ଏହି ଦିନ ରବିବାର ହୋଇଥାଏ ତାହେଲେ ଏହା ସର୍ବାଧିକ ଶୁଭ ଏବଂ ପୂଣ୍ୟଦାୟୀ ହୋଇଥାଏ।

୧୩) ମତ୍ସ୍ୟ ପୁରାଣ ଅନୁସାରେ ଅକ୍ଷୟ ତୃତୀୟା ଦିନ ଅକ୍ଷୟ ପୁଷ୍ପ, ଦୀପ ଆଦି ଦ୍ୱାରା ଭଗବାନ ବିଷ୍ଣୁଙ୍କର ଆରାଧନା କଲେ ବିଶେଷ କୃପା ପ୍ରାପ୍ତ ହୋଇଥାଏ।

୧୪) ଦୀନ ଦୁଃଖୀଙ୍କର ସେବା କରିବା, ବସ୍ତ୍ର ଦାନ କରିବା ଏବଂ ଶୁଭ କର୍ମ ଆଡ଼କୁ ଅଗ୍ରସର ହେବା, ମନ ବଚନ ଏବଂ ନିଜର କର୍ମ ଦ୍ୱାରା ନିଜର ମନୁଷ୍ୟ ଧର୍ମର ପାଳନ କରିବା ହିଁ ଅକ୍ଷୟତୃତୀୟା ପର୍ବର ସାର୍ଥକତା ହୋଇଥାଏ।

୧୫) କଳିଯୁଗର ନକାରାତ୍ମକ ପ୍ରଭାବରୁ ବଞ୍ଚିବା ପାଇଁ ଏହି ଦିନ ଭଗବାନ ବିଷ୍ଣୁଙ୍କ ଉପାସନା କରି ଦାନ ଅବଶ୍ୟ କରିବା ଉଚିତ। ଏହା କରିବା ଦ୍ୱାରା ଆର ଜନ୍ମରେ ସମୃଦ୍ଧ,ଐଶ୍ୱର୍ଯ୍ୟ ଏବଂ ସୁଖର ପ୍ରାପ୍ତି ହୋଇଥାଏ।

୧୬) ଏହି ଦିନ ପବିତ୍ର ନଦୀମାନଙ୍କରେ ସ୍ନାନ କରି ସାମର୍ଥ୍ୟ ଅନୁସାରେ ଜଳ, ଶସ୍ୟ, ଦହି, ଫଳ, ସୁରେଇ, ହାତ ତିଆରି ପଂଙ୍ଖା, ବସ୍ତ୍ର ଆଦି ଦାନ କରିବା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଇଛି।

୧୮) ଦାନକୁ ବୈଜ୍ଞାନିକ ତର୍କରେ ଉର୍ଜାର ରୂପାନ୍ତରଣରେ ଯୋଡ଼ି ଦେଖାଯାଇଥାଏ। ଦୁର୍ଭାଗ୍ୟକୁ ସୈାଭାଗ୍ୟରେ ପରିବର୍ତ୍ତିତ କରିବା ପାଇଁ ଏହି ଦିନ ସର୍ବଶ୍ରେଷ୍ଠ ଅଟେ।

୧୯) କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷୟ ମୁଠି ଅନୂକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ। ଚାଷୀ ନିଜ ସ୍ତ୍ରୀ ଠାରୁ ହଳଦୀ, ଚନ୍ଦନ, ସିନ୍ଦୁର ବୋଳା ଧାନ ବିହନପୂର୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଇଥାଏ।

୨୦) ଯଦି ଅକ୍ଷୟ ତୃତୀୟା ରୋହିଣି ନକ୍ଷତ୍ରକୁ ଆସେ ତା'ହେଲେ ଏହି ଦିନର ମହତ୍ୱ ହଜାରେ ଗୁଣ ବଢ଼ିଯାଇଥାଏ।

୨୧) ଏହି ଦିନ ଧଳା ପୁଷ୍ପରେ ପୂଜା କରିବା କଲ୍ୟାଣକାରୀ ହୋଇଥାଏ।

୨୨) ଧନ ଏବଂ ଭୌତିକ ବସ୍ତୁର ପ୍ରାପ୍ତି ତଥା ଭୌତିକ ଉନ୍ନତି ପାଇଁ ଏହି ଦିନର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଧନ ପ୍ରାପ୍ତିର ମନ୍ତ୍ର, ଅନୁଷ୍ଠାନ ଏବଂ ଉପାସନା ଅଧିକ ପ୍ରଭାବୀ ହୋଇଥାଏ।

୨୩) ଦାନ କରିବା ଦ୍ଵାରା ଜାଣତଅଜାଣତରେ ହୋଇଥିବା ପାପର ବୋଝ ହାଲକା ହୋଇଥାଏ ଏବଂ ପୂଣ୍ୟର ପୁଞ୍ଜି ବଢ଼ିଥାଏ।

୨୪) ମୃତ୍ୟୁ ପରେ ଯେତେବେଳେ ଅନ୍ୟ ଲୋକ ଯିବାକୁ ପଡ଼ିଥାଏ ସେତେବେଳେ ଏହି ଦିନରେ ଦିଆଯାଇଥିବା ଧନ ବିଭିନ୍ନ ରୂପରେ ପ୍ରାପ୍ତ ହୋଇଥାଏ।

୨୫) ଏହି ତିଥିରେ ଚାରିଧାମରୁ ଉଲ୍ଲେଖନୀୟ ଏକ ଧାମ ଭଗବାନ ଶ୍ରୀ ବଦ୍ରିନାରାୟଣଙ୍କର ପଟ ଖୋଲିଥାଏ। ବୃନ୍ଦାବନରେ ଶ୍ରୀ ବିହାରୀଜୀଙ୍କ ଚରଣର ଦର୍ଶନ ବର୍ଷରେ ଗୋଟିଏ ଥର ଅକ୍ଷୟ ତୃତୀୟା ରେ ହିଁ ହୋଇଥାଏ। ଏହାସହ ପୁରୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+