ବାଘ ଦେଇ ଗିବନ୍ ଓ ଲିଓପାର୍ଡ କ୍ୟାଟ୍ ଆଣିବ ନନ୍ଦନକାନନ
ଭୁବନେଶ୍ୱର: ନନ୍ଦନକାନନକୁ ଆସିବେ ଗିବନ୍ ଓ ଲିଓପାର୍ଡ କ୍ୟାଟ୍ । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଏହି ଦୁଇ ପ୍ରାଣୀ। ବାଘ ଦେଇ ଗିବନ୍ ଓ ଲିଓପାର୍ଡ କ୍ୟାଟ୍ ଆଣିବ ନନ୍ଦନକାନନ ପ୍ରଣୀ ଉଦ୍ୟାନ।
ସେଣ୍ଟ୍ରାଲ୍ ଜୁ' ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଏହା ସୁନିଶ୍ଚିତ ହୋଇଛି। ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି। ସେହିପରି ଇଟ୍ଟାନଗର ଯାଇଛି ଏକ ଟିମ୍। ଦୁଇଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ଆସିବେ ଓଡ଼ିଶା।

ଅରୁଣାଚଳ ପ୍ରଦେଶ ଇଟ୍ଟାନଗର ପ୍ରାଣୀ ଉଦ୍ୟାନ ସହ ଏହି ହସ୍ତାନ୍ତର ପ୍ରକ୍ରିୟା ହେବ। ତେବେ ଏହାର ପ୍ରତି ବଦଳରେ ନନ୍ଦନକାନନରୁ ବାଘ ରକି , ବାଘୁଣୀ ଓ ୩ଟି ଘଡ଼ିଆଳ କୁମ୍ଭୀର ଦିଆଯିବ। ଏନେଇ ସେଣ୍ଟ୍ରାଲ୍ ଜୁ' ଅଥୋରିଟି ପକ୍ଷରୁ ଅନୁମୋଦନ ପରେ ନନ୍ଦନକାନନ ଆସିଛନ୍ତି
ଇଟ୍ଟାନଗରର ଏକ ଟିମ୍ ।
ନିଜ ସହ ବାଘ ଓ ଘଡ଼ିଆଳ ନେଇ ଯିବେ ଇଟ୍ଟାନଗରର ଏକ ଟିମ୍ । ସେହିପରି ଓଡ଼ିଶା ନନ୍ଦନକାନନର ପ୍ରାଣୀ ଉଦ୍ୟାନର ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଛି।












Click it and Unblock the Notifications