ନୂଆପଡ଼ାରେ ବାଘ ଆତଙ୍କ, ଭୟଭିତ୍ତ ଗ୍ରାମବାସୀ

ପୁଣି ବାଘ ଆତଙ୍କ । ନୂଆପଡ଼ା ଆମାନାରା ପଞ୍ଚାୟତରେ ଖାଦ୍ୟ ସନ୍ଧାନରେ ଜନବସତି ମୁହାଁ ହୋଇଛି କଲରାପତରିଆ ବାଘ । ଗାଁ ମଧ୍ୟକୁ ଆସି ଗାଈ ବାଛୁରୀକୁ ମାରି ଖାଇଗଲା ବାଘ । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ କଲେ ଅଭିଯୋଗ ।

leopard

ନୂଆପଡ଼ା: ପୁଣି ବାଘ ଆତଙ୍କ । ନୂଆପଡ଼ା ଆମାନାରା ପଞ୍ଚାୟତରେ ଖାଦ୍ୟ ସନ୍ଧାନରେ ଜନବସତି ମୁହାଁ ହୋଇଛି କଲରାପତରିଆ ବାଘ । ଗାଁକୁ ମଧ୍ୟକୁ ଆସି ଗାଈ ବାଛୁରୀକୁ ମାରି ଖାଇଗଲା ବାଘ । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ କଲେ ଅଭିଯୋଗ ।

ଖବର ଅନୁସାରେ, ଚଳିତ ମାସ ୬ତାରିଖରେ ବାଘ ପାୱାରତଲା ଗାଁ ଭିତରେ ପଶି ଗ୍ରାମବାସୀଙ୍କ ଗୁହାଳରେ ପସି ଗାଈ ବାଛୁରୀ ମାରି ଦେଇଛି । ସେହିପରି ଗତକାଲି ମଧ୍ୟ ଗୁହାଳ ମଧ୍ୟରୁ ଏକ ବାଛୁରୀକୁ ଟାଣି ନେଇଥିବାରୁ ଭୟବିତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ । ସଂଧ୍ୟା ହେବା ପରେ ଘର ବାହାରକୁ ବାହାରିବା ପାଇଁ ଲୋକେ ଭୟ କଲେଣି । ଯାହା ପରେ ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଲୋକଙ୍କ ଅଭିଯୋଗ ପରେ ନୂଆପଡ଼ା ରେଞ୍ଜ୍ ବନବିଭାଗ ଅଧିକାରୀ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ସୁନାବେଡା ଅଭୟାରଣ୍ୟ ଏବଂ ମୁସରିଙ୍ଗ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଗାଁକୁ ଲାଗି ରହିଥିବାରୁ କଲରାପତିରିଆ ବାଘ ଗାଁକୁ ମଧ୍ୟକୁ ପସିଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ବାଘକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ଏବଂ ସଂଧ୍ୟା ପରେ ଘରୁ ନ ବାହାରିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କଲା ବନବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+