ଆଠଗଡ଼ରେ କଲରା ପତରିଆ ବାଘ ଆତଙ୍କ, ବନବିଭାଗ କଲା ସତର୍କ
ଆଠଗଡ଼ରେ କଲରା ପତରିଆ ବାଘ ଆତଙ୍କ, ବନବିଭାଗ କଲା ସତର୍କ
ଆଠଗଡ଼: ସାବଧାନ ବୁଲିଛି କଲରା ପତରିଆ ବାଘ । ବନବିଭାଗ କଲା ସତର୍କ । ଜଙ୍ଗଲ ଭିତରକୁ ଗାଈ, ଛେଳି, ନଛାଡିବା ପାଇଁ ସ୍ଥାନୀୟ ଲୋକଙ୍କୁ ନିର୍ଦ୍ଦେଶ । ଆତଙ୍କିତ ଗ୍ରାମବାସୀ । ଗତ କିଛି ଦିନ ତଳେ ଶିକାରୀ ଫାଶରେ ପଡି ଏକ କଲରା ପତରିଆ ବାଘର ମୃତ୍ୟୁ ହୋଇଥିଲା ।

ସୂଚନା ଅନୁସାରେ, ଆଠଗଡ଼ ବନଖଣ୍ତ ତିଗିରିଆ ସୋରିଷପାଳ ପାହାଡ଼ରେ ଏକ କଲରପତରିଆ ବାଘ ବୁଲୁଥିବା ନେଇ ସନ୍ଦେହ କରାଯାଉଛି । ଏକ ବାଛୁରୀରର ମୃତ୍ୟୁ ପରେ ଏପରି ସନ୍ଦେହ ଉପୁଜିଛି । ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ବନ ବିଭାଗ କର୍ମଚାରୀ । ତେବେ କିଛି ଦିନ ପାଇଁ ସତର୍କ ରହିବା ସହ ଜଙ୍ଗଲ ଭିତରକୁ ଗାଈ, ଛେଳି, ନଛାଡିବା ପାଇଁ ସ୍ଥାନୀୟ ଲୋକଙ୍କୁ ନିର୍ଦ୍ଦେଶ ଦେଇଛି ବନ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର ।
ସେପଟେ ଆନ୍ଧ୍ର ସୀମା ଡେଇଁ ଓଡ଼ିଶାର କାପୋଲୋଡ଼ା ପଞ୍ଚାୟତର ଝଙ୍କପିକାରିଲି ଗାଁ ଭିତରକୁ ଫସି ଆସିଛି ଏକ ମହାବଳ ବାଘ । ପ୍ରାୟ ୫ ଶହ ମିଟର ଓଡ଼ିଶା ଭିତରକୁ ଆସିଥିବା ନେଇ ସୂଚନା ରହିଛି । ନାରାୟଣପାଟଣା ରେଞ୍ଜର୍ ଏ.କେ ପାଢୀଙ୍କ ସମେତ ୫ ଜଣ ପରେଷ୍ଟ ଅଧିକାରୀ ଘଟଣାସ୍ଥଳରେ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ବନ ବିଭାଗର କର୍ମଚାରି ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ ଅନୁସନ୍ଧାନ ଜାରି ରହିଛି ।












Click it and Unblock the Notifications