ଗାଁ ବିଲରେ ବୁଲୁଛି କଲରାପତରିଆ ବାଘ, ଭୟଭୀତ ଲୋକେ
ଗାଁରେ ବୁଲୁଛି କଲରାପତରିଆ ବାଘ । ଭୟଭୀତ ଗ୍ରାମବାସୀ । ବାଘର ଗତିବିଧି ଉପରେ ନଜର ରଖିଛି ବନ କର୍ମଚାରୀ ।

ସୁନ୍ଦରଗଡ଼:ଗାଁରେ ବୁଲୁଛି କଲରାପତରିଆ ବାଘ । ଭୟଭୀତ ଗ୍ରାମବାସୀ । ବାଘର ଗତିବିଧି ଉପରେ ନଜର ରଖିଛି ବନ କର୍ମଚାରୀ । ଲୋକଙ୍କୁ ଦେଇ ଭୟରେ କଲରାପତରିଆ ବାଘଟି ଜଙ୍ଗଲମୁହାଁ ହୋଇଥିଲା ।
ଆଜି ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଫରେଷ୍ଟ ରେଞ୍ଜର ହେଲେବାହାଲ ଗାଁରେ ଜନବସତି ଭିତରକୁ ପଶି ଆସିଥିଲା କଲରାପତରିଆ ବାଘ । ବାଘଟି ଗତକାଲି ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶିଥିବା ଅନୁମାନ କରାଯାଉଛି । ଆଜି ସକାଳ ନିଜ ବାଡ଼ିରେ ବାଘକୁ ଦେଖି ବେଶ୍ ଭୟବିତ ହୋଇ ପଡିଥିଲେ ସମ୍ପୃକ୍ତ ବ୍ୟକ୍ତି । ଅନ୍ୟପକ୍ଷରୁ ବାଘଟି ମଧ୍ୟ ଭୟରେ ଜଙ୍ଗଲ ମୁହାଁ ହୋଇଥିଲା । ଯାହା ପରେ ଗାଁ ଲୋକେ ବାଘ ପିଛା କରିଥିଲେ ଏବଂ ବନ ବିଭାଗକୁ ଖବର ଦେଇଥିଲେ ।
ଖବର ପାଇ ବଡ଼ଗାଁ ରେଞ୍ଜର ବାସୁଦେବ ନାୟକଙ୍କ ନେତୃତ୍ୱରେ ବନ କର୍ମଚାରୀ ପହଁଞ୍ଚି ବାଘର ଗତିବିଧି ଉପରେ ନଜର ରଖିଥିଲେ । ବାଘକୁ କାବୁ କରିବା ପାଇଁ ଏକ ଟ୍ରାଙ୍କୁଲାଇଜ ଚିମ୍ ମଧ୍ୟ ପ୍ରସ୍ତୁତ ଅଛି । ତେବେ ବାଘକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମାହୋଇଛି ଯେଉଁଥି ପାଇଁ ବାଘକୁ ଉଦ୍ଧାର କରିବା କଷ୍ଟକର ହୋଇ ପଡିଛି । ତେବେ ବାଘଟି ବାମରା ପଟୁ ଆସିଥିବା ନେଇ ଅନୁମାନ କରାଯାଉଛି ।












Click it and Unblock the Notifications