ଆକ୍ସନ ମୁଡ଼ରେ ଆଇନ ବିଭାଗ; ନୂଆ ରୂପ ନେବ ଶ୍ରୀମନ୍ଦିର ପରିଚାଳନା କମିଟି, ଏହି ସବୁ ଉପରେ ଦିଆଯିବ ଗୁରୁତ୍ଵ

ନୂଆ ରୂପ ନେବ ଶ୍ରୀମନ୍ଦିର ପରିଚାଳନା କମିଟିର । ଅଗଷ୍ଟରେ ସରୁଛି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ। ନୂଆ ପରିଚାଳନାରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ୱ ଦିଆଯିବ । ମହାପ୍ରଭୁଙ୍କ ସେବା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାର ସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ପଡିଲେ ଲଟେରୀର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Puri temple

ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ଶ୍ରୀମନ୍ଦିର ପ୍ରଶାସନ ପାତରଅନ୍ତର ନୀତି ଆପଣାଉଛି ବୋଲି ଅଭିଯୋଗ ହୋଇ ଆସୁଥିଲା। ନୂଆ ପରିଚାଳନା କମିଟି ଗଠନ ପାଇଁ ୮ ସୂତ୍ରୀ ପ୍ରସ୍ତାବ ଦେଇଛି ଆଇନ ବିଭାଗ। ଶ୍ରୀଜଗନ୍ନାଥ ମନ୍ଦିର ଟେମ୍ପୁଲ୍ ଆକ୍ଟ ୧୯୫୫ ଧାରା ୬(୧) ଜେ ଅନୁଯାୟୀ ସଦସ୍ୟ ମନୋନୟନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛି ଆଇନ ବିଭାଗ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଥିବା ତାଲିକା ଆଇନ ବିଭାଗକୁ ସନ୍ତୁଷ୍ଟ କରିନଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଲକ୍ଷ୍ୟରେ ରଖି ବିଧି ବ୍ୟବସ୍ଥା ଆପଣାଇବାକୁ ୮ ସୂତ୍ରୀ ଦେଇଛି ଆଇନ ବିଭାଗ।

ଆଇନ ବିଭାଗର ପ୍ରସ୍ତାବ :
- ମହାପ୍ରଭୁଙ୍କ ଅଧିକାଂଶ ସେବାପୂଜାରେ ଜଡ଼ିତ ନିଯୋଗମାନେ ଦୁଇଜଣଙ୍କ ନାଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସୁପାରିଶ କରିବେ
- ସେଥିରୁ ୧୦ ଜଣ ସଦସ୍ୟଙ୍କ ନାଁକୁ ମୁଖ୍ୟ ପ୍ରଶାସକ ପ୍ରସ୍ତୁତ କରିବେ
- ଯେଉଁମାନଙ୍କର ଅତୀତରେ ଉତ୍ତମ ସେବାପୂଜା ପରିଚାଳନାରେ ଅଭିଜ୍ଞତା ଥିବ, ସେବାୟତ ତଥା ସେବାୟତ ନିଯୋଗ ସହ ଉତ୍ତମ ସମନ୍ୱୟ ଶ୍ରଦ୍ଧାଳୁଙ୍କ ପ୍ରତି ଉତ୍ତମ ବ୍ୟବହାର ରହିଥିବ
- ଯଦି ନାଁ ମନୋନୟନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦ୍ଵନ୍ଦରେ ରୁହନ୍ତି ତେବେ ଲଟେରୀ ବା ଗୁଳା ପକାଇବା ବ୍ୟବସ୍ଥା ଆପଣାଇ ପାରିବେ
- ସେବାପୂଜା ସହ ଅଧିକ ଜଡ଼ିତ ନିଯୋଗର ପ୍ରତିନିଧିଙ୍କୁ କ୍ରମାନ୍ୱୟରେ ସୁଯୋଗ ମିଳିବ
- କୌଣସି ନିଯୋଗରୁ ଦୁଇ ଜଣ ସଦସ୍ୟଙ୍କ ନାଁ ବିଚାରକୁ ନିଆଯିବ ନାହିଁ
- କୌଣସି ବ୍ୟକ୍ତିଙ୍କ ନାଁ ଦ୍ଵିତୀୟଥର ସୁପାରିଶ ହେବନାହିଁ
- ନାଁ ସୁପାରିଶ ବେଳେ ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ ନିଜସ୍ଵ ମତାମତ ଗୁପ୍ତ ରଖିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
- ଶେଷରେ ସୁପାରିଶକୁ ଦୃଷ୍ଟିରେ ରଖି ଆଇନଗତ ବ୍ୟବସ୍ଥା ଅନୁଯାୟୀ ମନୋନୟନ ପ୍ରକ୍ରିୟା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ ଆଇନବିଭାଗ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+