କଟକରେ ହେବନି ବାମସେଫ୍‌ର ଅଧିବେଶନ

ବାଲିଯାତ୍ରା ପଡିଆରେ ହେବାକୁ ଥିବା ବାମସେଫ ସଂଗଠନର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନକୁ ଅଦାଲତି ଝଟ୍‌କା । କଟକ ଜିଲ୍ଲାପାଳ ଓ ଡିସିପିଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ମନା କଲେ ହାଇକୋର୍ଟ ।ଏଭଳି ସମାବେଶ ଦ୍ବାରା ସାମାଜିକ ସଦ୍‌ଭାବ କ୍ଷୁର୍ଣ୍ଣ ହେବାର ଆଶଙ୍କା ଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଆଡଭୋକେଡ ଜେନେରାଲ । ଯାହାକୁ ହାଇକୋର୍ଟ ଗ୍ରହଣ କରିବା ସହ ଅନ୍ତରୀଣ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି ।

Cuttack

ଆସନ୍ତା ୨୬ ତାରିଖରୁ ୩୦ ତାରିଖ ଯାଏ ୫ ଦିନିଆ ବାମସେଫ ସଂଗଠନ ପକ୍ଷରୁ ବାଲିୟାତ୍ରା ପଡିଆରେ ରାଷ୍ଟ୍ରୀୟ ଅଧିବେଶନ ହେବାର ଥିଲା । ଏନେଇ ସମସ୍ତ ପ୍ରକାର ପ୍ରଶାସନିକ ଅନୁମତି ମଧ୍ୟ ମିଳିସାରିଥିଲା । କିନ୍ତୁ ଭୁଲ ତଥ୍ୟ ଦେଇ ଆୟୋଜକ ଅନୁମତି ନେଇଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହାକୁ ଆଧାର କରି ସମାବେଶ ପାଇଁ ମିଳିଥିବା ଅନୁମତି ପ୍ରତ୍ୟାହାର କରିନେଇଥିଲା ପ୍ରଶାସନ । ଯାହାକୁ ଚ୍ୟାଲେଞ୍ଜ କରି ଆୟୋଜକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+