Get Updates
Get notified of breaking news, exclusive insights, and must-see stories!

କୋରାପୁଟ ଜିଲ୍ଲାରେ ୨୮ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

କୋରାପୁଟ ଜିଲ୍ଲାରେ ୨୮ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଛୁଟି ବାତିଲ୍‌ କଲେ ଜିଲ୍ଲାପାଳ। ହେଡ୍‌ କ୍ୱାର୍ଟର୍ସ ନ ଛାଡ଼ିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ। ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ।

କ୍ଷିଣ ଓଡ଼ିଶାକୁ ବର୍ଷା ଭୟ । ପ୍ରସ୍ତୁତ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ କେହି ଛାଡି ପାରିବେନି ହେଡକ୍ୱାର୍ଟର୍ସ । ଅଫିସରଙ୍କୁ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ବିଭାଗ ସଜାଗ ରହିଛି । ପାଣିପାଗ ବିଭାଗ ସୂଚନା ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

Leave of government employees canceled in Koraput

ସେପଟେ ଆଗକୁ ଦୁଇଟି ଲଘୁଚାପ ଆସୁଥିବା ବେଳେ କୋରାପୁଟରେ ପ୍ରବଳ ବର୍ଷା ଜାରି ରହିଛି । ସବୁ ବ୍ଲକରେ ରେକର୍ଡ ପରିମାଣର ବର୍ଷା ହୋଇଛି । ନନ୍ଦପୁର, ବୈପାରୀଗୁଡା, କୋରାପୁଟରେ ପ୍ରବଳ ବର୍ଷା ହେଉଛି । ଜିଲ୍ଲାରେ ୫୬୨ ମିଲିମିଟର ବର୍ଷା ରେକର୍ଡ କରାଯାଛି । ଲମତାପୁଟରେ ୯୦ ମିଲିମିଟର. ନନ୍ଦପୁରରେ ୧୦୧ ଓ କୋରାପୁଟରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଲୁଘଚାପ ଯୋଗୁଁ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଁ ଭିତରେ ମାଟି ଅତଡା ଧସିଛି । ପାହାଡ ଉପରୁ ମାଟି ଖସିବା ଫଳରେ କୋରାପୁଟ ଓ ଲମତାପୁଟ ଘାଟିରେ ପଥର ଜମିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+