ସମସ୍ତ IPS ଅଫିସର୍ଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଆସ; ନିର୍ଦ୍ଦେଶାନାମା ଜାରି କଲା ଗୃହ ବିଭାଗ
ଓଡ଼ିଶାର ସମସ୍ତ IPS ଅଫିସର୍ଙ୍କ ଛୁଟି ବାତିଲ ହୋଇଛି । ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ରହିଛି । ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ । ଟ୍ରେନିଂରେ ଥିଲେ ବି ଯୋଗଦେବାକୁ ନିର୍ଦ୍ଦେଶ । ଓଡ଼ିଶା ପୋଲିସ ଡିଜିଙ୍କୁ ଗୃହ ବିଭାଗର ଚିଠି କରାଯାଇଛି । କୌଣସି IPS ଅଫିସର୍ଙ୍କୁ ଛୁଟି ଦିଅନି ବୋଲି ମଧ୍ୟ ନିର୍ଦ୍ଦେଶ କରାଯାଇଛି ।

ସେହିପରି ରାଜ୍ୟ ସରକାର ସମସ୍ତ ଜିଲାପାଳ ଏବଂ ଆର୍ଡିସିଙ୍କ ଛୁଟି ବାତିଲ କରିଛନ୍ତି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।
ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ଏହି ସମୟରେ ମଧ୍ୟରେ କାହାରିକୁ ଛୁଟି ଦିଆଯିବ ନାହିଁ। ଯେଉଁମାନେ ବି ଛୁଟିରେ ଅଛନ୍ତି, ସେମାନେ ଶୀଘ୍ର ଆସି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ପୂର୍ବରୁ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଏବଂ ହରିୟାଣାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।












Click it and Unblock the Notifications