ମୁଖ୍ୟମନ୍ତ୍ରୀଙ୍କଠୁ ସମୟାନୁବର୍ତ୍ତିତା ଶିଖନ୍ତୁ: ଭି.କେ. ପାଣ୍ଡିଆନ
ନବୀନଙ୍କ ସମୟାନୁବର୍ତ୍ତିତା ନେଇ 5T ସଚିବ ଭି.କେ. ପାଣ୍ଡିଆନ ଇନଷ୍ଟାଗ୍ରାମ୍ ପୋଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ସମୟର ସଠିକ ସଦୁପଯୋଗ କରି ସମୟ ପୂର୍ବରୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି ।
ଭୁବନେଶ୍ବର: ନବୀନଙ୍କ ସମୟାନୁବର୍ତ୍ତିତା ନେଇ 5T ସଚିବ ଭି.କେ. ପାଣ୍ଡିଆନ ଇନଷ୍ଟାଗ୍ରାମ୍ ପୋଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ସମୟର ସଠିକ ସଦୁପଯୋଗ କରି ସମୟ ପୂର୍ବରୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗୁଣକୁ ସମସ୍ତେ ଶିଖିବା ଆବଶ୍ୟକ ବୋଲି ରାଜ୍ୟବାସୀଙ୍କୁ କହିଛନ୍ତି ପାଣ୍ଡିଆନ ।
ଆଜିର ଅନୁଗୁଳ ଗସ୍ତ ସମୟର ଭିଡ଼ିଓ ପୋଷ୍ଟ କରିଛନ୍ତି । ଫାଇଭ ଟି ସଚିବ କହିଛନ୍ତି, ଘଣ୍ଟାରେ ଠିକ୍ ୧୦.୧୦ ବାଜିଛି । ମୁଖ୍ୟମନ୍ତ୍ରୀ ଅନୁଗୋଳ ପାଇଁ ବାହାରିଲେ । ଯେକୌଣସି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ପହଞ୍ଚିଛନ୍ତି । ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଏଇ ସମୟାନୁବର୍ତ୍ତିତା ରକ୍ଷା କରିଛନ୍ତି । ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଫାଇଭ୍ ଟି ସଚିବ କହିଛନ୍ତି ।

ଆଜି ଅନୁଗୋଳ ଜିଲ୍ଲାକୁ ଗସ୍ତ କରି ବିଜେଡି ଶିବିରରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ SHGଙ୍କୁ ଅର୍ଥ ବଣ୍ଟନଠୁ ଆରମ୍ଭ କରି ବସ ଟର୍ମିନାଲ, କୋଲ ମ୍ୟୁଜିଅମ ଆଦିର ଉଦଘାଟନ କରିଛନ୍ତି । ଏହି ଗସ୍ତ ସମୟରେ ଆକାଶ ମାର୍ଗରେ ମୁଖ୍ୟମନ୍ତ୍ରୀ ଆସୁଥିବା ବେଳେ ଏକ ଭିଡ଼ିଓ ଉତ୍ତୋଳନ କରି ପାଣ୍ଡିଆନ ନବୀନଙ୍କ ସମୟାନୁବର୍ତ୍ତିତାକୁ ପ୍ରଶଂସା କରିଛନ୍ତି ।












Click it and Unblock the Notifications