For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ଷ୍ଟାର୍ଟ ଅପ୍ କାଲିର ବହୁ ରାଷ୍ଚ୍ରୀୟ କମ୍ପାନୀ ଭାବେ ଉଭା ହେବ : ପ୍ରଧାନମନ୍ତ୍ରୀ

ଆଜିର ଷ୍ଟାର୍ଟ ଅପ୍ କାଲିର ବହୁ ରାଷ୍ଚ୍ରୀୟ କମ୍ପାନୀ ଭାବେ ଉଭା ହେବ । ଆଇଆଇଏମ୍ ସମ୍ବଲପୁର ଭାରତୀୟ କମ୍ପାନୀର ଯୁବକ ଏବଂ କମ୍ପାନୀକୁ ନୂଆ ଆଶା ଦେବାରେ ସହାୟକ ହେବ ।

|

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ୍-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଏହି ସଂସ୍ଥାନ ଓଡ଼ିଶାର ମହାନ ସଂସ୍କୃତି ଓ ସମ୍ବଳକୁ ଚିହ୍ନିବା ସହିତ ଓଡ଼ିଶାକୁ ମ୍ୟାନେଜମେଣ୍ଟ୍ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୋଦୀ କହିଛନ୍ତି, ଆଜିର ଷ୍ଟାର୍ଟ ଅପ୍ କାଲିର ବହୁ ରାଷ୍ଚ୍ରୀୟ କମ୍ପାନୀ ଭାବେ ଉଭା ହେବ । ଆଇଆଇଏମ୍ ସମ୍ବଲପୁର ଭାରତୀୟ କମ୍ପାନୀର ଯୁବକ ଏବଂ କମ୍ପାନୀକୁ ନୂଆ ଆଶା ଦେବାରେ ସହାୟକ ହେବ । ଗତ ଦଶନ୍ଧିରେ ଭାରତକୁ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ବ୍ୟବସାୟ ପାଇଁ ଆସିଛନ୍ତି । ଆଗାମୀ ଦଶନ୍ଧୀ ଓ ଏହି ଶତାବ୍ଦିରେ ଭାରତରୁ ନୂଆ ନୂଆ ମଲ୍ଟିନ୍ୟାସନାଲ କମ୍ପାନୀ ବାହାରିବାରେ ଏହି ସଂସ୍ଥା ଗୁଡ଼ିକ ବେଶ୍ ଉପଯୋଗୀ ହେବ ।

Narendra-Modi-iim-sambalpur

ଏଥିସହିତ ଆମକୁ ନୂଆ ସମ୍ଭାବନା ପାଇଁ ନିଜକୁ ପ୍ରସ୍ତୁତ କରିବା ସହ ଭାରତର ଆଶା ଆକାଂକ୍ଷା ସହ ନିଜକୁ ଯୋଡିବାକୁ ପଡ଼ିବ । ଏହି ଦଶନ୍ଧିରେ ପ୍ରାଣ ଇଣ୍ଡିଆକୁ ନୂଆ ଗ୍ଲୋବାଲ୍ ପରିଚୟ ଦେବାର ଜାୟିତ୍ୱ ଆମର ଯୁବକ ମାନଙ୍କର ଉପରେ ନ୍ୟସ୍ତ । ଇନୋଭେସନ , ଇଣ୍ଟିଗ୍ରିଟି, ଇନକ୍ଲୁସିଭନେସ୍ ମନ୍ତ୍ର ଜରିଆରେ ଦେଶକୁ ନିଜର ମ୍ୟାନେଜମେଣ୍ଟ ଦକ୍ଷତା ଦେଖାଇବାରେ ଅଛି । ନୂଆ ନିର୍ମଣକୁ ପ୍ରୋତ୍ସାହିତ କରିବା ସହ ବିକାଶ କ୍ଷେତ୍ରରେ ପଛୁଆ ଥିବା ଲୋକଙ୍କୁ ସାଥିରେ ନେଇ କାମ କରିବାକି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଇଆଇଏମ୍ ପ୍ରତିଷ୍ଠା ଦ୍ୱାରା ଓଡ଼ିଶା ପୂର୍ବ ଭାରତର ଏଜୁକେସନ୍ ହବରେ ପରିଣତ ହେବ । ଏହା ସମସ୍ତ ବିଦ୍ୟାର୍ଧୀଙ୍କ ପାଇଁ ଏକ ପ୍ରାକ୍ଚିକାଲ ହବ୍ ରୂପେ କାମ କରିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ଏହି ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ଏବଂ ସମ୍ବଲପୁରୀର ବାନ୍ଧକଳା ଓ ସଂସ୍କୃତି କୁ ବିଶ୍ୱ ସ୍ତରରେ ପରିଚିତ କରାଇବା ପାଇଁ ଏହାର ଛାତ୍ରଛାତ୍ରୀଙ୍କ ଦକ୍ଷତା ବହୁ ସହାୟକ ହେବ । ଏଥିସହିତ ସମ୍ବଲପୁରର ନିକଟବର୍ତ୍ତୀ ଅଞ୍ଚଳ ବିଭିନ୍ନ ଖଣିଜ ସମ୍ପଦରେ ଭରପୂର ରହିଛି । ମ୍ୟାନେଜମେଣ୍ଟ ଜରିଆରେ ଏହି ପ୍ରାକୃତିକ ସମ୍ପଦକୁ ବିନିଯୋଗ କରିବା ସହ ଓଡ଼ିଶା ତଥା ଭାରତର ବିକାଶ ପାଇଁ ଆଇଆଇଏମର ଛାତ୍ରଛାତ୍ରୀଙ୍କ ନୂଆ ଯୋଜନା ନେଇ କାମ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ଆଜିର ଷ୍ଟାର୍ଟ ଅପ୍ କାଲିର ବହୁ ରାଷ୍ଚ୍ରୀୟ କମ୍ପାନୀ ଭାବେ ଉଭା ହେବ । ଆଇଆଇଏମ୍ ସମ୍ବଲପୁର ଭାରତୀୟ କମ୍ପାନୀର ଯୁବକ ଏବଂ କମ୍ପାନୀକୁ ନୂଆ ଆଶା ଦେବାରେ ସହାୟକ ହେବ ।
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X