୧୨ରେ ବଣ୍ଡାଘାଟିରୁ ଆରମ୍ଭ ହେବ 'ଲକ୍ଷ୍ମୀ' ଯୋଜନା; ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

୧୨ରେ ବଣ୍ଡାଘାଟିରୁ ଆରମ୍ଭ ହେବ 'ଲକ୍ଷ୍ମୀ' ଯୋଜନା । ଆସନ୍ତା ୧୨ ତାରିଖରେ ମାଲକାନଗିରି ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଲୋକଙ୍କ ଯାତାୟାତ ପାଇଁ ପର୍ଯ୍ୟାୟ କ୍ରମେ ୧ହଜାରରୁ ଅଧିକ ବସ୍ ନିୟୋଜିତ ହେବ ।

ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ସରକାର ଲକ୍ଷ୍ମୀ ଯୋଜନା ପାଇଁ ୩ହଜାର ୧୭୮ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ । ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ପାଣ୍ଠି ମଞ୍ଜୁର କରାଯାଇଛି । ପ୍ରଦର୍ଶନ ଆଧାରରେ ଆଗକୁ ଆଉ ଦୁଇ ବର୍ଷ ପାଇଁ ପାଣ୍ଠି ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି।

ଲକ୍ଷ୍ମୀ ଯୋଜନା ଅଧୀନରେ ବ୍ଲକ ସଂଯୋଗୀକରଣ ଦ୍ବାରା ପଞ୍ଚାୟତରୁ ବ୍ଲକ, ଜିଲ୍ଲା ସଂଯୋଗୀକରଣ ଦ୍ବାରା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ, ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ।

laxmi_bus

ଅନ୍ତଃଜିଲ୍ଲା ଓ ଆନ୍ତଃକ୍ଲଷ୍ଟର ମଧ୍ୟରେ ଯୋଗାଯୋଗ ସୁବିଧା ଉପଲବ୍ଧ କରାଯିବ । ଯୋଜନାରେ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଛି । ଏସଏଚଜି ସଦସ୍ୟା ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ କର୍ମକ୍ଷେତ୍ରରେ ନିରାପଦ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି । ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା ।

ସେହିପରି ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଆସନ୍ତା ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ସକାଳ ୬ଟାରୁ ଗଡିବନି କୌଣସି ବସ ।

ସୂଚନାଥାଉକି, ଆସନ୍ତା 2 ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହୋଇଥିଲା । ଆଉ ସେଦିନ ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁରକୁ କୌଣସି ଘରୋଇ ବସ୍ ଚଳାଚଳ କରି ନଥିଲା । ବସ ଧର୍ମଘଟ ଦେଖିବାକୁ ମିଳିଥିଲା । ତାପରେ ଅକ୍ଟୋବର 10 ରୁ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲିବ ।

ଗତ ୨୭ତାରିଖରେ ମଧ୍ୟ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ । ହେଲେ ସରକାର ଆଲୋଚନାକୁ ଡାକିଲେ ନାହିଁ କି ଦିଆଯାଇଥିବା ସ୍ମାରକ ପତ୍ର ମୁତାବକ କୌଣସି ଦାବି ମାନିଲେ ନାହିଁ ସରକାର । ତେଣୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଘରୋଇ ବସ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+