Laxmi AC Bus: ମାଲକାନଗିରିରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍
Laxmi AC Bus: ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍ । ଜିଲ୍ଲାର ୬ଟି ରୁଟରେ ବସ୍ ଚଳାଚଳ ବନ୍ଦ କରାଯିବା ନେଇ ସୂଚନା ରହିଛି । ଆରଟିଓ ବସ ଚଳାଚଳ ପରମିଟକୁ ବାତିଲ କରିଛନ୍ତି । ତେବେ ସମସ୍ତ ବସ ଅପରେଟର ଏହି ନୂଆ ନିୟମକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁସାରେ, ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସମସ୍ତ ବସ୍ ସେବା ବନ୍ଦ କରାଯିବ ।
ସୂଚନା ଅନୁସାରେ, ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା, ବର୍ତ୍ତମାନ ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯିବ । ପୂର୍ବ ସରକାର ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ। ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏବେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଏସି ବସ୍ ଚଳାଚଳ ବନ୍ଦ କରାଯିବା ନେଇ OSRTC ଘୋଷଣା କରିଛି ।

OSRTC ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ମାଲକାନଗିରି କାଲିମେଳା, ପଡିଆ, କୋରୁକୋଣ୍ତ, ଚିତ୍ରକୋଣ୍ତା, ଖଇରପୁଟ ଏବଂ ମାଥିଲି ରୁଟରେ ଚାଲୁଥିବା ସମସ୍ତ ଏସି ବସ ବନ୍ଦ କରାଯିବ । ତେବେ ଅଗଷ୍ଟ ପହିଲାରୁ ଲକ୍ଷ୍ମୀ ବସ ଚଳାଚଳ ଉପରେ ରୋକ୍ ଲଗାଇଛି ଓସଆରଟିସି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications