ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ; ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଜଣଙ୍କୁ ଜାମିନ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ମିଳିଛି । ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ୍ ଦେଇଛନ୍ତି କୋର୍ଟ । ରାମେଶ୍ଵରମ ଛକରୁ ବାଇକ୍ ଚୋରି କରି ହତ୍ୟାରେ ବ୍ୟବହାର କରିଥିଲା ରାଜେନ୍ଦ୍ର । ଅନ୍ୟତମ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଆବେଦନକୁ ରଦ୍ଦ କରିଛନ୍ତି କୋର୍ଟ ।

ସୂଚନା ଥାଉକି, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି । ହତ୍ୟାକାଣ୍ଡର ପ୍ରଥମ ଜାମିନ ପାଇଥିବା ଜଣାପଡିଛି । ପଚାଶ ହଜାର ଟଙ୍କା ଜଣେ ଜାମିନଦାରଙ୍କ ମୁଚାଲିକାରେ ସେ ଜାମିନ୍ରେ ଯିବେ । ଏହାସହ କୋର୍ଟ ବିଭିନ୍ନ ସର୍ତ୍ତ ନିର୍ଦ୍ଧାରଣ କରିଛନ୍ତି ।
ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ଜଣ ଅଭିଯୁକ୍ତ ରହିଥିବା ବେଳେ ରାଜେନ୍ଦ୍ର ପ୍ରଥମେ ଜାମିନ ପାଇଛନ୍ତି । ସେପଟେ ଅନ୍ୟତମ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଆବେଦନକୁ ରଦ୍ଦ କରିଛନ୍ତି କୋର୍ଟ। ଗତକାଲି ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଆଇନଜୀବୀ ଚକ୍ରପାଣି ନାହାକ କହିଛନ୍ତି।












Click it and Unblock the Notifications