ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; ୱାଚ୍ ଟାୱାର୍ରେ ମୁତୟନ ହେବେ ପୋଲିସ
ଶ୍ରୀମନ୍ଦିର ଚାରିପାଖ ୱାଚ୍ ଟାୱାର୍ରେ ମୁତୟନ ହେବେ ପୋଲିସ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଖୁବଶୀଘ୍ର ୪ଟି ୱାଚ୍ ଟାୱାର୍ରେ ପୋଲିସ ମୁତୟନ ବ୍ୟବସ୍ଥା ହେବ ।'ଭବିଷ୍ୟତରେ କେହି ଯେମିତି ଡ୍ରୋନ ନଉଡ଼ାନ୍ତି ସେଥିପ୍ରତି ବ୍ୟବସ୍ଥା କରାଯିବ' ।

ନୀଳଚକ୍ର ଉପରେ ବୁଲିବା ସହ ଉତ୍ତର ଦ୍ବାର ଗୁମୁଟ ଦେଇ ଶ୍ରୀଦାଣ୍ଡରୁ ଉଭାନ ହୋଇଯାଇଥିଲା। ତେବେ ଡ୍ରୋନ୍ କିଏ ଉଡାଇଥିଲା ଏବଂ ଶ୍ରୀମନ୍ଦିର ଉପରେ କେମିତି ଆସିଲା ତାର ତଦନ୍ତ ଜାରି ରହିଛି। ପୂର୍ବରୁ ଅତୀତରେ ମଧ୍ୟ ଅନେକ ଥର ସୁରକ୍ଷା ଗାଇଡ ଲାଇନକୁ ନ ମାନି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଯାଇଛି। । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଓ ଗର୍ଭଗୃହର ଫଟୋ ଭାଇରାଲ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି ।
ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ବୁଲିଥିଲା। ତେବେ ଏହି ଡ୍ରୋନଟି କିଏ ଉଡାଇଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ । ଅନ୍ୟ ପକ୍ଷରେ ପୋଲିସ କଣ୍ଟ୍ରୋଲ ରୁମରୁ ଏଭଳି ଡ୍ରୋନ ଉଡା ଯାଇ ନଥିବା ସ୍ପଷ୍ଟ କରିଛନ୍ତି ପୁରୀ ଏସପି।
୨ ବର୍ଷ ତଳେ ମଧ୍ୟ ସମାନ ଢଙ୍ଗରେ ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ କ୍ଷମା ମାଗିଥିଲେ। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଏଭଳି ଭିଡିଓ ଉତ୍ତୋଳନ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ୫ ମିନିଟ ୪୨ ସେକେଣ୍ଡର ଏହି ଭିଡିଓରେ ଆକାଶ ମାର୍ଗରୁ ଶ୍ରୀମନ୍ଦିର ପରିସରର ସମସ୍ତ କୋଣଅନୁକୋଣ ପ୍ରାଞ୍ଜଳ ଭାବେ ଦେଖାଯାଉଥିବା ବେଳେ ଏହା ଶ୍ରୀମନ୍ଦିର ପୋଲିସ ଓ ସୁରକ୍ଷାକର୍ମୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।












Click it and Unblock the Notifications