ଶ୍ରୀମନ୍ଦିରରେ ଡ୍ରୋନ୍‌ ଉଡ଼ିବା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । "ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା, ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ବ ଦେଉଛନ୍ତି । ଶ୍ରୀମନ୍ଦିରରେ ଆଣ୍ଟି ଡ୍ରୋନ ଟେକନୋଲୋଜି ପ୍ରକ୍ରିୟା ଆରମ୍ଭ କରିଛୁ ଏବଂ ବହୁ ଶୀଘ୍ର ଯୋଜନାର ପ୍ରକୃତ ଚିତ୍ର ପ୍ରତିଫଳିତ ହେବ"ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

Law Minister

ଏପଟେ ପହଲଗାମ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଉଛି । ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ ସିଷ୍ଟମ ଲଗାଯିବ । ଏହା ଦ୍ୱାରା ଡ୍ରୋନ ଉଡ଼ୁଥିବାର ଦୃଶ୍ୟମାନ ହେଲେ ତାହାକୁ ସହଜରେ ତଳକୁ ଖସାଇ ଦିଆଯାଇପାରିବ । ଏଥିଲାଗି ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଯୋଗାଇବ । ଏ ନେଇ ବିଚାର ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ସେହିପରି ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ଜାଗାରେ ହେଉଥିବା ରଥଯାତ୍ରା ପାଇଁ ସହାୟତା ଯୋଗାଇ ଦେବେ ସରକାର । ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆଇନ ବିଭାଗ ଆର୍ଥିକ ସହାୟତା ପ୍ରଦାନ କରିବ । ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ମିଳିବ । ଏନେଇ ଅନେକ ଆବେଦନ ଆସିଛି ଏବଂ ଯେଉଁମାନେ ଆବେଦନ କରିନାହାନ୍ତି ତାଙ୍କ କଥା ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+