ଜଗନ୍ନାଥ ସଂସ୍କୃତିକୁ ବିକୃତ, ଅସମ୍ମାନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ଆଇନ୍ ମନ୍ତ୍ରୀ
ଗଜପତି ମହାରାଜାଙ୍କୁ ସମର୍ଥନ ଜଣାଇଲେ ଆଇନ୍ ମନ୍ତ୍ରୀ। ଗଜପତି ମହାରାଜା ଯାହା କହିଛନ୍ତି ଆମେ ସମର୍ଥନ ଜଣାଉଛୁ। ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା ବୋଲି କହିଲେ ପୃଥ୍ବୀରାଜ।
ଜଗନ୍ନାଥ ସଂସ୍କୃତିକୁ ବିକୃତ, ଅସମ୍ମାନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଥମେ ଆଲୋଚନା କରିବୁ, ସହମତ ନ ହେଲେ ପରବର୍ତ୍ତୀ ପଦକ୍ଷେପ ।
'ପଦକ୍ଷେପ ବାବଦରେ ନିଷ୍ପତ୍ତି ନେବାରେ ଶ୍ରୀମନ୍ଦିର ପ୍ରଶାସନ ପ୍ରାଧୀକୃତ। ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ବିଭାଗର ସମର୍ଥନ ରହିବ ।
ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ପ୍ରେସମିଟ୍। ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କହିଲେ ଗଜପତି। ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି । ଚିଠି ଲେଖିବା ସତ୍ତ୍ବେ ଇସ୍କନ ମାନିଲାନି, ରଥ ଆୟୋଜନ କରୁଛି । ୩ ତାରିଖର ସ୍ନାନଯାତ୍ରାକୁ ବାତିଲ କଲେ କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି ।

ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ କହିଲେ ଗଜପତି । ୧୯୬୯ରୁ ଇସ୍କନ ଅଦିନରୁ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି । କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନ ରଥଯାତ୍ରା କରୁଛି ।
ଆଇନର ରାସ୍ତା ନେବୁ କହିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।
ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି। ସେଠି ଯଦି ସେମାନେ ମାନିଯିବେ, ଭଲ କଥା । ଏଥର ଆମେ ଛାଡ଼ିବାନି, ବହୁତ ହୋଇଗଲା ବୋଲି କହିଲେ ଗଜପତି












Click it and Unblock the Notifications