ରାହୁଲ ଗାନ୍ଧିଙ୍କୁ କଡା କାଉଣ୍ଟର କଲେ ଆଇନ ମନ୍ତ୍ରୀ; କହିଲେ ଅବାନ୍ତର କଥା କହୁଛନ୍ତି

ରାହୁଲ ଗାନ୍ଧି ଅବାନ୍ତର କଥା କହୁଛନ୍ତି କହିଲେ ଆଇନ ମନ୍ତ୍ରୀ ।ବଳଭଦ୍ରଙ୍କ ରଥ ମୋଡ଼ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା'। ଅଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ ବୋଲି କହିଲେ ପୃଥ୍ବୀରାଜ ହରିଚନ୍ଦନ । ସବୁ ବର୍ଷ ରଥ ୨ ଦିନରେ ଲାଗେ; କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି'। କଂଗ୍ରେସ ସମ୍ବିଧାନ ହତ୍ୟା କରିଥିବା ଦଳ, ଏବେ ନାଟକ କରୁଛି' ।

Law Minister

ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ରଥଯାତ୍ରା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ରଥଯାତ୍ରା ହେଉଛି କୋଟି କୋଟି ଲୋକ ଆସୁଛନ୍ତି, ରଥ ଟାଣୁଛନ୍ତି । ହେଲେ ଏକ ଡ୍ରାମା ହେଉଛି, ରଥକୁ ଆଦାନୀ ଆଉ ତାଙ୍କ ପରିବାର ପାଇଁ ଅଟକାଇ ଦିଆଯାଉଛି । ଏଥିରୁ ଆପଣ ଓଡ଼ିଶା ସରକାର ବିଷୟରେ ଜାଣିପାରୁଥିବେ ।

ଏହା ଓଡ଼ିଶା ସରକାର ନୁହେଁ ଏହା ଆଦାନୀ ସରକାର । ଏହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଆଉ ଭବିଷ୍ୟତକୁ ଚୋରି କରିବା । ଆପଣଙ୍କ ସରକାର ଓଡ଼ିଶା ଯୁବକଙ୍କ ପାଇଁ କେତେ ରୋଜଗାର ସୃଷ୍ଟି କରିଛନ୍ତି ? ବଡ ବଡ଼ କମ୍ପାନି ଆସୁଛନ୍ତି ଆପଣଙ୍କ ଜମି ନେଇଯାଉଛନ୍ତି, ଧନ ନେଇଯାଉଛନ୍ତି ଆପଣଙ୍କ ଖଣି ନେଇଯାଉଛନ୍ତି ଆପଣଙ୍କୁ କେତେ ରୋଜଗାର ଦେଉଛନ୍ତି?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+