ସରକାରରେ ନାହାନ୍ତି ବୋଲି ନିଶା ଛାଡ଼ିନି, ଅରୁଣ ସାହୁଙ୍କ ଉପରେ ବର୍ଷିଲେ ଆଇନ ମନ୍ତ୍ରୀ

ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଏହାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି । ସରକାରଙ୍କୁ ବିଜେଡି ଟାର୍ଗେଟ୍‌ କରିଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ୧୦ ମାସ ଭିତରେ ଯେତିକି କ୍ରାଇମ୍ ହୋଇଛି ସବୁ କେସ୍‌ରେ ୨୪ରୁ ୭୨ ଘଣ୍ଟା ଭିତରେ ଆକ୍ସନ ନିଆଯାଉଛି ।

pruthiraj harichandan

ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ ମଧ୍ୟ କରାଯାଉଛି । ଆବଶ୍ୟକ ପଡିଲେ ଏକାଉଣ୍ଟର ବି କରାଯାଉଛି । କୌଣସି ଅପରାଧୀଙ୍କୁ ୧ ପ୍ରତିଶତ ବି ସରକାର ରାଜନୈତିକ ସୁରକ୍ଷା ଦେଉନାହାନ୍ତି । ପୁଲିସକୁ ତଦନ୍ତ ପାଇଁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଦଣ୍ଡ ବିଧାନ ହାରରେ ପରିବର୍ତ୍ତନ ଆସିଛି । ଆସାମୀକୁ ଧରି ଯଥାଶୀଘ୍ର ଦଣ୍ଡ ବିଧାନ ମଧ୍ୟ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି,ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସରକାର ତତ୍ପର ଅଛନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ଶୂନ୍ୟ ସହନଶୀଳ ନୀତିରେ କାମ କରୁଛନ୍ତି ସରକାର । ଅତୀତରେ ବି ଅପରାଧ ହେଉଥିଲା,ଆଜି ଯେଉଁ ମାନେ କହୁଛନ୍ତି ସେମାନେ ସରକାରରେ ନାହାନ୍ତି ବୋଲି ନିଶା ଛାଡ଼ିନି ବୋଧେ । ସେତେବେଳେ ସେମାନଙ୍କର ଭୂମିକା କ'ଣ ଥିଲା ? ପୂର୍ବ ସରକାରରେ ନେତା ମାନେ ଆଇନ ତା ବାଟରେ ଯିବ ବୋଲି କହୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+