୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ
ପୁରୀ: ଚଳିତ ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ ପରୀକ୍ଷାମୂଳକ ନୁହେଁ, ସିଧାସଳଖ ଆରମ୍ଭ ହେବ ଧାଡ଼ି ଦର୍ଶନ। ମାର୍କେଟ ଛକ ଯାଏ ଧାଡ଼ି ହେବ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି।
ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ। ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାଇ , ଶ୍ରୀମନ୍ଦିରରେ ଧାଡ଼ ଦର୍ଶନ ଆରମ୍ଭ ହେଲେ ର୍ୟାମ୍ପ ଓ ବ୍ୟାରିକେଡ୍ରେ ମହାପ୍ରଭୁଙ୍କ ଦର୍ଶନ ଖୁବ୍ ଭଲ ଭାବେ ହୋଇପାରିବ । ଆଉ ବଡ଼ଦେଉଳ ବାହାର କାଠ ପାଖରୁ ଶ୍ରଦ୍ଧାଳୁଙ୍କୁ ପାଦ ଟିପରେ ଟେକି ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି ଭିଡ଼ରେ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବନି ।

ବ୍ୟାରିକଡ୍ରେ ଯାଇ ର୍ୟାମ୍ପ ଉପରେ ଠିଆ ହୋଇଗଲେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ମିଳିଯିବ । ଆଗରେ ଥିବା ଶ୍ରଦ୍ଧାଳୁ ଓ ପଛରେ ଥିବା ଶ୍ରଦ୍ଧାଳୁ ସମସ୍ତେ ମହାପ୍ରଭୁଙ୍କ ଆଖି ପୂରାଇ ବାହାର କାଠ ପାଖରୁ ଠାକୁର ଦର୍ଶନ କରିପାରିବେ । ପ୍ରାୟ ୧୫ରୁ ୧୩ ଫୁଟ ପର୍ଯ୍ୟନ୍ତ ଲମ୍ବା ୬ ଥାକିଆ ର୍ୟାମ୍ପ ଯୁକ୍ତ ବ୍ୟାରିକେଡ୍ କରାଯାଇଛି । ଯେପରି ପ୍ରେକ୍ଷାଳୟରେ ସିଟ୍ଗୁଡ଼ିକ ପଛକୁ ଉଚ୍ଚ ହୋଇଥାଏ ଠିକ୍ ସେହିପରି ଏହି ର୍ୟାମ୍ପ ପଛକୁ ପଛ ୪ଇଞ୍ଚ ଲେଖାଏଁ ଉଚ୍ଚ ହୋଇ ୬ ଥାକରେ ରହିଛି ।












Click it and Unblock the Notifications