ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା, କହିଲେ ଖୋଲିବ ରତ୍ନଭଣ୍ଡାର
ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ଖୁବ୍ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଶ୍ରୀଜିଉଙ୍କ ଗଜ ବେଶ ଦର୍ଶନ ପରେ ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି ।ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପରେ ଆଇନମନ୍ତ୍ରୀ କହିଛନ୍ତି କି, ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲାହେବ ।

ଏହା ପୂର୍ବରୁ ଏଏସଆଇ ଅଧ୍ୟକ୍ଷ ମଧ୍ୟ କହିଥିଲେ କି ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାହେବ । ପୂର୍ବଥର ରତ୍ନଭଣ୍ଡାର ଗଣତି ୭୦ ଦିନ ଲାଗିଥିଲା । ଏଥର ମଧ୍ୟ ଲମ୍ବା ସମୟ ଲାଗିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏନେଇ ପ୍ରାରମ୍ଭିକ ଆଲୋଚନା ସରିଛି, କେବେ ଖୋଲିବ ସେ ନେଇ ତାରିଖ ଜଣେଇ ଦିଆଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ଏହାସହ ରତ୍ନଭଣ୍ଡାର ସଂପର୍କରେ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।












Click it and Unblock the Notifications