ନାବାଳିକା ପୋଡ଼ି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ନାବାଳିକାଙ୍କୁ ଏମ୍ସ ପଠାଯାଇ ଚିକିତ୍ସା କରାଯାଉଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଉତ୍ତମ ଚିକିତ୍ସା ଦିଆଯାଉଛି । ଘଟଣାସ୍ଥଳରେ ଏସପିଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଯାଇ ଛାନଭିନ୍ କରୁଛି । ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାପ୍ରଭୁଙ୍କ ନିକଟରେ ଛାତ୍ରୀଙ୍କ ଆଶୁ କାମନା କରିଛନ୍ତି ମନ୍ତ୍ରୀ ।

Prithviraj Harichandan

ସୂଚନା ମୁତାବକ, ପୁରୀ ଏସପି, ଉପଜିଲ୍ଲାପାଳଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଯାଇ ଘଟଣାସ୍ଥଳରେ ଛାନଭିନ୍ କରୁଛନ୍ତି । ସୂଚନା ମୁତାବକ, ସକାଳୁ ସାଙ୍ଗ ଘରକୁ ଯାଉଥିଲା ବାଟରେ ନାବାଳିକାକୁ ଉଠାଇନେଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ପୀଡ଼ିତାଙ୍କୁ ପ୍ରଥମେ ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ଦେଖାଦେଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଗୁରୁତର ସହ ନେବା ସହ ଯଥାଶୀଘ୍ର ଅଭିଯୁକ୍ତ ଗିରଫ କରି ଶାସ୍ତି ବିଧାନ କରାଯିବ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+