କଟକରେ ଶାନ୍ତି ବଜାୟ ରଖିବାକୁ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅପିଲ୍

କଟକରେ ଶାନ୍ତି ବଜାୟ ରଖିବାକୁ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅପିଲ୍। ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି ପରିସ୍ଥିତି । ଯଥାଯୋଗ୍ୟ ପଦକ୍ଷେପ ନେବା କଥା ପୋଲିସ ପ୍ରଶାସନ ନେଇଛନ୍ତି। କଟକ ସମ୍ମାନରେ ଆଞ୍ଚ ନ ଆସୁ । ସମସ୍ତେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତୁ
।ଅଭିଯୁକ୍ତଙ୍କ ବିରୋଧରେ କଠୋର ଶାସ୍ତି ବିଧାନ ହେବ କହିଲେ ପୃଥ୍ଵୀରାଜ ।

ଟକରେ କର୍ଫ୍ୟୁ ସତ୍ତ୍ବେ ସ୍ୱାଭାବିକ ରହିଛି ବସ୍‍ ଚଳାଚଳ । ନେତାଜୀ ବସ୍‍ ଟର୍ମିନାଲରେ ବସ ଚଳାଚଳ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି । ପ୍ରତିଦିନ କଟକକୁ ବିଭିନ୍ନ ଜିଲାରୁ ଓ ରାଜ୍ୟ ବାହାରୁ ପ୍ରତିଦିନ ବହୁ ଯାତ୍ରୀ ଯାତାୟାତ କରିଥାନ୍ତି । ଏଥିପାଇଁ କର୍ଫ୍ୟୁ ଲାଗୁ ହୋଇଥିଲେ ମଧ୍ୟ ବସ ଚଳାଚଳ ଜାରି ରହିଛି । ରାଜ୍ୟର ବିଭିନ୍ନ ଜିଲାକୁ ଏଠାରୁ ବସ ଚଳାଚଳ କରୁଛି ।

ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରୁଛି। କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ। ଭସାଣ ବେଳେ ଗଣ୍ଡଗୋଳରୁ ଲାଗିରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବାତିଲ୍ କରାଯାଇଥିବା ନେଇ ସୂଚନା ଦେଇଛି ଗୃହ ବିଭାଗ । ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର ଓ ବ୍ରଡବ୍ୟାଣ୍ଡ ଉପରେ ବି କଟକଣା ଲାଗିଛି । ଜିଲ୍ଲାପାଳ କହିଛନ୍ତି, ସହରରେ ସ୍ଥିତି ସ୍ବାଭାବିକ ହେଉଛି ।

ଦଶହରା ଭସାଣି ସମୟରେ ଶୁକ୍ରବାର ରାତିରେ ଘଟିଥିବା ଗଣ୍ଡଗୋଳରୁ କଟକ ସହର ଅଶାନ୍ତ ହୋଇପଡ଼ିଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନଁା ଧରୁନାହିଁ। ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ ହୋଇଛି। ଆଇନ ଶୃଙ୍ଖଳା ADG ସଂଜୟ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କଟକ ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସର ଅପିଲ କରାଯାଇଛି। ସଚେତନ ହୋଇ ଘର ଭିତରେ ରହିବାକୁ ବିଶେଷ ପରାମର୍ଶ ଦିଆଯାଇଛି।

ଗଣ୍ଡଗୋଳରେ ସାମିଲ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଲୋକମାନେ ପୋଲିସ ପ୍ରଶାସନ ଉପରେ ବିଦ୍ରୋହୀ ହୋଇଉଠିଛନ୍ତି। ସେମାନଙ୍କ ଅସନ୍ତୋଷର ପ୍ରତିଫଳନ ରବିବାର ଦରଘାବଜାର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସେମାନେ ପୋଲିସ ଉପସ୍ଥିତିରେ କେତେକ ଦୋକାନ ଓ ଗାଡ଼ି ଭଙ୍ଗାରୁଜା କରିବା ସହ ରାସ୍ତାରେ ଜଳାପୋଡ଼ା କରିଛନ୍ତି। ଏହି ସମୟରେ ପୋଲିସ୍‌ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି। ଏଥିରେ ୨୫ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଦରଘାବଜାର ଅଞ୍ଚଳକୁ ପୋଲିସ ସିଲ୍‌ କରିଦେଇଛି। ଅପରପକ୍ଷରେ ସୋମବାର ବିଶ୍ୱ ହିନ୍ଦୁ ପରିଷଦ କଟକ ବନ୍ଦ ଡାକରା ଦେଇଛି।

Law Minister Prithviraj Harichandan appeals to maintain peace in Cuttack

ରିପୋର୍ଟ ପ୍ରସ୍ତୁତି ବେଳକୁ ଅର୍ଥାତ୍‌ ରବିବାର ରାତି ୯ଟା ସମୟରେ ସହରରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ କୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିପାରେ ବୋଲି ପୋଲିସ ଆଶଙ୍କା କରୁଛି। ତେଣୁ ଦରଘାବଜାର, ମଙ୍ଗଳାବାଗ, ଲାଲବାଗ, ବିଡ଼ାନାସୀ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ମାଲଗୋଦାମ, ବାଦାମବାଡ଼ି, ସିଡିଏ ଫେଜ୍‌୨, ଜଗତ୍‌ପୁର, ବୟାଳିଶୀ ମୌଜା, ମର୍କତନଗର ଏବଂ ସଦର ଥାନା ଅଞ୍ଚଳରେ ମଙ୍ଗଳବାର ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟ, ଅତ୍ୟାବଶ୍ୟକ ଜରୁରୀସେବା ଚାଲୁ ରହିବ। ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନାହିଁ। ଉପଦ୍ରବ କରିବାମାତ୍ରେ ବଳପ୍ରୟୋଗ କରାଯିବ। ଆବଶ୍ୟକସ୍ଥଳେ କର୍ଫ୍ୟୁ ସମୟକୁ ବୃଦ୍ଧି କରାଯାଇପାରେ ବୋଲି କମିଶନର ଏସ୍‌.ଦେବଦତ୍ତ ସିଂ କହିଛନ୍ତି। ଗଣ୍ଡଗୋଳ ଅଞ୍ଚଳ ଦରଘାବଜାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ ହେବା ସହ ପୋଲିସର ଫ୍ଲାଗମାର୍ଚ୍ଚ ଜାରି ରହିଛି। ସୋସିଆଲ ମିଡିଆରେ ଯେପରି କୌଣସି ଉତ୍ତେଜନାମୂଳକ ବାର୍ତ୍ତା ପ୍ରସାରିତ ନ ହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+