ବଡ ସୂଚନା ଦେଲେ ଆଇନ ମନ୍ତ୍ରୀ; କହିଲେ ମଠ ମନ୍ଦିର ପାଇଁ ଆଣୁଛନ୍ତି ନୂଆ ଯୋଜନା
ମଠମନ୍ଦିରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର। ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ପରିଚାଳନା ଦୃଷ୍ଟିକୋଣରୁ ଏବଂ ମନ୍ଦିରଗୁଡ଼ିକରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ଯେଉଁ ସହାୟତାର କଥା ଆସୁଛି ସେନେଇ ଗମ୍ଭୀରତାର ସହ ଚିନ୍ତା କରାଯାଉଛି। ଯେଉଁ ଦୃଷ୍ଟିକୋଣଗୁଡ଼ିକ ଅନେକ ଦିନ ହେବ ଅବହେଳିତ ହୋଇକି ଅଛି ତାକୁ ଦେଖି ହେବ। ଯଥା ଯୋଗ୍ୟ ସମ୍ମାନ ଦିଆଯାଇ ପାରିବ। ଧର୍ମୀୟ କ୍ଷେତ୍ରରେ ସେକଥାକୁ କରାଯିବ। ଏହାର ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି ସରକାର। ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା, କିନ୍ତୁ ଏହି ଯୋଜନାରେ ଅନେକ ପ୍ରସଙ୍ଗ ଅଛି।












Click it and Unblock the Notifications