ଶରଧାବାଲିରେ ଦଳାଚକଟା ଘଟଣା; ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କଲେ ଆଇନ ମନ୍ତ୍ରୀ

ପୁରୀ ଶ୍ରାଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁଘଟିଛି। ଏହି ଘଟଣାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବରଣ କରିଥିବା ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ। ତେବେ ଆଜି ଅର୍ଥାତ୍‌ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୃତ ମହିଳାଙ୍କ ଘରେ ପହଞ୍ଚି ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ। ସରକାରଙ୍କ ଘୋଷଣା ଅନୁଯାୟୀ ୨୫ ଲକ୍ଷ ଟଙ୍କାର ଚେକ୍‌ ବାସନ୍ତିଙ୍କ ସ୍ବାମୀ ଦିଲୀପ ସାହୁଙ୍କୁ ପ୍ରଦାନ କରିଥିଲେ।

Law Minister

ଘଟଣା ଦିନ ସମସ୍ଥ ସ୍ଥିତି ସମ୍ପର୍କରେ ଦିଲ୍ଲୀପ ଆଇନମନ୍ତ୍ରୀଙ୍କୁ ଜଣାଇଥିଲେ। ଦୁଇ ଜଣ ଅଫିସରଙ୍କ ଦାୟିତ୍ୱରେ ଅବହେଳା ଯୋଗୁ ଏହି ଘଟଣା ଘଟିଲା। ଏଥିଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବା ବେଳେ ଦଳାଚକଟା ସ୍ତ୍ରୀଙ୍କୁ ହରାଇ ଦିଲ୍ଲୀପଙ୍କ ପୁରା ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ମନ୍ତ୍ରୀଙ୍କ ସହ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+