Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମର ଶୁଭାରମ୍ଭ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମର ଶୁଭାରମ୍ଭ । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାପାନୀ ଭାଷା ସାର୍ଟିଫିକେଟ୍ ପାଠ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।

ସମ୍ମାନିତ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ଜାପାନୀ ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ସାଟୋ କୋଜି, ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତଙ୍କ ପ୍ରତିନିଧି ସୁଶ୍ରୀ ହାକାମାତା ମାହୋ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବ ଏସୀୟ ଅଧ୍ୟୟନ ବିଭାଗର ପ୍ରଫେସର ନବିନ କୁମାର ପଣ୍ଡା ଙ୍କ ସମେତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ପ୍ରଫେସର ତ୍ରିପାଠୀ ତାଙ୍କ ଅଭିଭାଷଣରେ ଜାପାନର କୃଷି, ପଶୁପାଳନ ଓ ଦୁଗ୍ଧ ବିଜ୍ଞାନ ଏବଂ ଜଙ୍ଗଲ ପରିଚାଳନା କ୍ଷେତ୍ରରେ ବୈଷୟିକ ଉନ୍ନତି ଉପରେ ଗୁରୁତ୍ୱାରୋପ କରିବା ସହ ଏହି କ୍ଷେତ୍ରରେ ଜାପାନ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ବୋଲି ବର୍ଣ୍ଣନା କରିଥିଲେ । ପାଠ୍ୟକ୍ରମ ମାଧ୍ୟମରେ ସ୍ନାତକ ଛାତ୍ରମାନେ କେବଳ ଜାପାନୀ ଭାଷା ଶିଖିବେ ନାହିଁ ବରଂ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଏହି ଉନ୍ନତ ଜ୍ଞାନ କୌଶଳ ଭାରତକୁ ଆଣିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

cuo

ପ୍ରଫେସର ତ୍ରିପାଠୀ ଦୃଢ଼ ଭାବରେ ବିଶ୍ୱାସ କରିଥିଲେ ଯେ ,ବିଶ୍ୱବିଦ୍ୟାଳୟର ଏହି ପଦକ୍ଷେପ କୃଷି, ପଶୁପାଳନ ଓ ଦୁଗ୍ଧ ବିଜ୍ଞାନ ଏବଂ ଜଙ୍ଗଲ ପରିଚାଳନାକ୍ଷେତ୍ରରେ ଅଭ୍ୟାସକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳ ଏବଂ ରାଷ୍ଟ୍ରର ବିକାଶରେ ସହାୟକ ହେବ ।

ପାଠପଢ଼ା ଓ ଗବେଷଣା ରେ ଧ୍ୟାନ ଦେଇ ଦେଶ ପାଇଁ ଜଣେ ଜଣେ ଦିଗଦର୍ଶକ ହେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, କୃଷି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମର ଛାତ୍ରଛାତ୍ରୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ନୋବେଲ ବିଜେତା ହେବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଏହା ସମଗ୍ର ରାଜ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ, କାରଣ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ଇଷ୍ଟ ନୀତି ସହିତ ମିଶି ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଜାପାନୀ ଭାଷା ପାଠ୍ୟକ୍ରମ ପ୍ରଦାନ କରିବ ।

କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ଜାପାନୀ ଫାଉଣ୍ଡେସନର ନିର୍ଦେଶକ ଶ୍ରୀ ସାତୋ କୋଜି ସାମ୍ପ୍ରତିକ ପରିସ୍ଥିତିରେ ଜାପାନୀ ଭାଷା ଶିଖିଥିବା ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱବିଦ୍ୟାଳୟରେ ଜାପାନୀ ଭାଷା ଶିକ୍ଷାର ଶୁଭାରମ୍ଭ ପାଇଁ ପ୍ରଫେସର ତ୍ରିପାଠୀଙ୍କ ମହତ୍ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ, ଯାହା ଏହି ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପରିଗଣିତ ହେବ ସହ ଭାରତ ଏବଂ ଜାପାନ ମଧ୍ୟରେ ଅଧିକ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିବାର ପ୍ରତିଶ୍ରୁତି ବହନ କରିବ ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବ ଏସୀୟ ଅଧ୍ୟୟନ ବିଭାଗର ମୁଖ୍ୟ ପ୍ରଫେସର ନବିନ କୁମାର ପଣ୍ଡା ଜାପାନୀ ଭାଷାରେ ଦକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଭାରତର କର୍ପୋରେଟ୍ କ୍ଷେତ୍ର, ବିଶେଷକରି ଜାପାନରେ ଉପଲବ୍ଧ ଅନେକ ସୁଯୋଗ ବିଷୟରେ ଆଲୋକପାତ କରିଥିଲେ। ଜାପାନୀ ଭାଷା ଦକ୍ଷତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏବଂ ଜାପାନରେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ର ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଜାପାନୀ ଭାଷାରେ ସାର୍ଟିଫିକେଟ୍ ପାଠ୍ୟକ୍ରମ ନାମରେ ନାମିତ ବର୍ତ୍ତମାନର ପାଠ୍ୟକ୍ରମ ହେଉଛି ପରବର୍ତ୍ତୀ ଦୁଇ ବର୍ଷ ପାଇଁ ଯୋଜନା କରାଯାଇଥିବା ଡିପ୍ଲୋମା ଏବଂ ଆଡଭାନ୍ସ ଡିପ୍ଲୋମା କୁ ଅନ୍ତର୍ଭୁକ୍ତ କରୁଥିବା ଶୃଙ୍ଖଳାର ପ୍ରଥମ ପାଠ୍ୟକ୍ରମ ।

ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମ ପାଇଁ ପ୍ରାରମ୍ଭିକ ପ୍ରବେଶ କ୍ଷମତା ୬୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥିର କରାଯାଇଛି, ଯେଉଁଥିରେ ଅକ୍ଟୋବର ୯, ୨୦୨୩ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମଲେଖା ହେବ । ଏହି ପାଠ୍ୟକ୍ରମକୁ ଦୁଇଟି ବିଭାଗରେ ବିଭକ୍ତ କରାଯିବ, ଯେଉଁଥିରେ ପ୍ରତ୍ୟେକରେ ୩୦ ଜଣ ଛାତ୍ରଛାତ୍ରୀ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+