ସବୁ ଆସନ ପାଇଁ ବିଜେପି ପ୍ରସ୍ତୁତି, ମେଣ୍ଟ ଚର୍ଚ୍ଚା ଗଣମାଧ୍ୟମ କରୁଛି, ଆମେ ନୁହେଁ: ଲତା ଉସେଣ୍ଡି

ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ ବୋଲି କହିଲେ ଲତା ଉସେଣ୍ଡି । ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ବିଧାନସଭା ହେଉ କିମ୍ବା ଲୋକସଭା ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ ବୋଲି ସେ କହିଛନ୍ତି ।

ଗୋଟିଏ ଗୋଟିଏ ଆସନ ପାଇଁ ଚର୍ଚ୍ଚା ହୋଇଛି ବୋଲି ଲତା ଉସେଣ୍ଡି କହିଛନ୍ତି । ମେଣ୍ଟ ଚର୍ଚ୍ଚାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଲତାଙ୍କ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଆପଣମାନେ ଚର୍ଚ୍ଚା କରୁଛନ୍ତି, ଆମେ ନୁହେଁ; ସବୁ ଆସନ ପାଇଁ ଆମେ ପ୍ରସ୍ତୁତ ।

ମୁଖ୍ୟମନ୍ତ୍ରୀଙ୍କ ଗତକାଲିର ଭିଡିଓକୁ ନେଇ ଲତା ଉସେଣ୍ଡି କହିଛନ୍ତି ଯେ, ଏହା ତାଙ୍କ କଥା, କିଏ ମିଛ କହୁଛି, କିଏ କଣ କରୁଛି ଏହା ତାଙ୍କର କଥା ବୋଲି ସେ କହିଛନ୍ତି ।

ସେହିପରି ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ କହିଥିଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । 'ମେଣ୍ଟ ସଂପର୍କରେ ଦିଲ୍ଲୀରେ କୌଣସି ଚର୍ଚ୍ଚା, ଆଲୋଚନା ହୋଇନାହିଁ ବୋଲି କହିଥିଲେ ମନମୋହନ ।

ସେହିପରି ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଏନେଇ ସଂଧ୍ୟାରେ ବସୁଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି ।

Lata Usendi

ଦଳର ଅନ୍ୟ ବରିଷ୍ଠ ନେତାମାନେ ବି ସାମିଲ ହେବେ । ଏଥିରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ବିଭିନ୍ନ ଦିଗରୁ ଆଲୋଚନା କରାଯିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ୧୫୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ଗତକାଲି ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କ ପାଣ୍ଡିଆନ ଫ୍ୟାନ କ୍ଳବ୍ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି। ଯେଉଁଥିରେ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି କି ରାଜନୀତିରେ ସବୁଠାରୁ ଖରାପ ଜିନିଷ କ'ଣ ? ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଗୁଜବ ଆଉ ମିଛକଥା ବୋଲି କହୁଛନ୍ତି। ଯାହା ରାଜ୍ୟରେ ଚାଲିଥିବା ମେଣ୍ଟ ଚର୍ଚ୍ଚାକୁ ଇଙ୍ଗିତ କରୁଥିବା କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+