Get Updates
Get notified of breaking news, exclusive insights, and must-see stories!

ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଶେଷ କବିତା 'ଦ୍ରୌପଦୀ'

ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଶେଷ କବିତା 'ଦ୍ରୌପଦୀ' । ଯାହାକୁ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ତଥା ଓଡ଼ିଶାର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ।

ଭୁବନେଶ୍ବର: ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଶେଷ କବିତା 'ଦ୍ରୌପଦୀ' । ଯାହାକୁ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ତଥା ଓଡ଼ିଶାର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ସେ ଥିଲେ ଏକାଧାରରେ ଜଣେ ରାଜନେତା, କବି ଓ ସାମ୍ବାଦିକ । ବିଧାନସଭା ହେଉ ଅବା ବାହାରେ ସେ ସ୍ବରଚିତ ଗୀତ ଓ କବିତ ପାଠ କରି ଜନାଦୃତ ହୋଇଛନ୍ତି । କବିତା ଓ ଗୀତ ମାଧ୍ୟମରେ ମନୋରଞ୍ଜନ କରିବା ସହ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ବିଜେପିର ଜଣେ ଟାଣୁଆ ନେତା ତଥା ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ସେ ବେଶ ପରିଚିତ ଥିଲେ ।

Bishnu Sethi

ସୂଚନାଥାଉ କି, ସୋମବାର ସକାଳୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି । ମାତ୍ର ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିରୋଧୀ ଦଳର ଉପନେତା ଭାବେ ଦାୟିତ୍ୱ ନେଇଥିଲେ ବିଷ୍ଣୁ ସେଠୀ ।

ହସ୍ପିଟାଲରୁ ତାଙ୍କ ମରଶରୀର ବାହାରିବା ପରେ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ଅନେକ ବିଧାୟକ ତାଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଥିଲେ । ସେଠାରୁ ବାହାରିବା ପରେ ବିଷ୍ଣୁ ସେଠୀଙ୍କ ମରଶରୀରକୁ ବିଜେପି ପାର୍ଟି ଅଫିସ୍ ନିଆଯାଇଥିଲା । ସେଠାରେ ଦଳର କର୍ମକର୍ତା ଓ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ଓଡିଶାରୁ ବିଧାୟକ କମିଟି ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ରାଇସିନ ହିଲ ଯାଇଥିଲେ । ସେହି କମିଟିରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ଥିଲେ । ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହ କମିଟିର ସଦସ୍ୟ ମାନେ ବିଭିନ୍ନ ଉପହାର ଦେଇଥିଲେ । କିନ୍ତୁ ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଏକ କବିତା ଉପହାର ଦେଇଥିଲେ । ଯାହାର ଶୀର୍ଷକ ଥିଲା 'ଦ୍ରୌପଦୀ' । ଯାହା ଏବେ ତାଙ୍କର ଶେଷ କବିତା ଭାବେ ଲୋକ ଲୋଚନକୁ ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+