ଡିସେମ୍ବର ସୁଦ୍ଧା ସରିବ ଶେଷ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣ: ବଦଳିବ ୧୭୭୧ ସ୍କୁଲର ଚିତ୍ର

ବଦଳୁଛି ସ୍କୁଲର ଚିତ୍ର । ଆଉ ଆହୁରି ଶକ୍ତ ହେଉଛି ଆମ ଶିକ୍ଷା ବିଭାଗ । ପିଲାମାନେ ଆହୁରି ବିକଶିତ ହେଉଛନ୍ତି । ଆମେ ଆଜି ଅଗ୍ରଗତି କରୁଛେ । ତେବେ ଏହାରି ଭିତରେ ଶେଷ ହେବ '୫-ଟି' ହାଇସ୍କୁଲର ରୂପାନ୍ତରୀକରଣ । ଚତୁର୍ଥ ତଥା ଶେଷ ପର୍ଯ୍ୟାୟ '୫-ଟି' ହାଇସ୍କୁଲ ରୂପାନ୍ତରୀକରଣରେ ସାମିଲ ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ ଡ଼ିସେମ୍ବର ସୁଦ୍ଧା ଶେଷ ହେବ ।

ଗତ ୩ଟି ପର୍ଯ୍ୟାୟରେ ୬ ହଜାର ୧୫୧ଟି ସ୍କୁଲକୁ ଲୋକାର୍ପଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧,୦୭୬ସ୍କୁଲ, ଦ୍ୱିତୀୟ ପର୍ଯ୍ୟାୟରେ ୨,୯୦୮ ଓ ତୃତୀୟ ପର୍ଯ୍ୟାୟରେ ୨୧୫୧ ସ୍କୁଲ ଲୋକାର୍ପଣ କରାଯାଇଥିବା ବେଳେ ଶେଷ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ ପାଇଁ କାର୍ଯ୍ୟ ଜାରି ରହିଛି । ଶେଷ ପର୍ଯ୍ୟାୟରେ ବଦଳିବ ୧୭୭୧ ସ୍କୁଲର ଚିତ୍ର । ରାଜ୍ୟର ବ୍ଲକ୍‌ ଗ୍ରାଣ୍ଟ ସ୍କୁଲଗୁଡ଼ିକୁ ମଧ୍ୟ ସାମିଲ୍ କରାଯିବା ନେଇ ଲକ୍ଷ୍ୟ ରହିଛି । ଡିସେମ୍ବର ସୁଦ୍ଧା ରୂପାନ୍ତରଣ ପ୍ରକ୍ରିୟା ଶେଷ ପରେ ଡିସେମ୍ବର ମାସରେ '୫-ଟି' ସ୍କୁଲ ଲୋକାର୍ପଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

naveen_patnaik

ସହରର ଚାକଚକ୍ୟ ଘରୋଇ ସ୍କୁଲ ଭଳି ରୂପାନ୍ତରଣ ଯୋଜନାରେ ଗ୍ରାମାଞ୍ଚଳର ବିଦ୍ୟାଳୟଗୁଡ଼ିକ ଭିତ୍ତିଭୂମି ସୁଦୃଢ଼ ହେଉଛି। ଏହି ଯୋଜନାରେ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯିବା ସହ ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଉପକରଣ ସହିତ ଉତ୍ତମ ବାତାବରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଉନ୍ନତମାନର ଶ୍ରେଣୀ ଗୃହ ,ଖେଳ ପଡ଼ିଆ ,ସ୍ମାର୍ଟ ଲାଇବ୍ରେରୀ , କମ୍ପୁଟର ଲ୍ୟାବ୍ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯିବ । ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣି ଦିଆଯାଉଛି । ଅନ୍ୟପଟେ ସ୍ମାର୍ଟ ବିଦ୍ୟାଳୟରେ ପାଠପଢ଼ିବା ପାଇଁ ପିଲାମାନଙ୍କର ମଧ୍ୟରେ ଆଗ୍ରହ ମଧ୍ୟ ବଢିବାରେ ଲାଗିଛି ।

ଉନ୍ନତମାନର ଶିକ୍ଷାଦାନ ସହ ଅଭିଜ୍ଞ ଶିକ୍ଷକ, ଅତ୍ୟାଧୁନିକ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯାଉଛି । ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକ ଉପକରଣ ସହ ଉତ୍ତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସାହାଯ୍ୟରେ ଶିକ୍ଷକମାନେ କିପରି ଶିକ୍ଷାଦାନ କରିବେ, ସେନେଇ ପ୍ରଶିକ୍ଷଣ ମଧ୍ୟ ନେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+