ଆଜି ଶ୍ରାବଣ ମାସର ଶେଷ ସୋମବାର : ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ, ସବୁଠି ଭକ୍ତିମୟ ପରିବେଶ
ଆଜି ଶ୍ରାବଣ ମାସର ଶେଷ ସୋମବାର । ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ । ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ସମାଗମ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି ।
ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳୁଛି । ଭୋର ୩ ଟାରୁ ଦ୍ୱାର ଫିଟା ଯାଇ ପୂଜର୍ଚ୍ଚନା ଆରମ୍ଭ ହୋଇଥିଲା । ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ସାହାଣ ମେଲା ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସେହିପରି ବାବା ଧବଳେଶ୍ୱର, ଭଦ୍ରକ ଆଖଣ୍ତଳମଣି ପୀଠ, କପିଳାସର ବାବା ଚନ୍ଦ୍ରଶେଖର, ନୟାଗଡ଼ ଶରଣକୂଳର ଲଡୁ ବାବା, ପୁରୀର ଲୋକନାଥ ବାବା, ଗୁପ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବା ପାଇଁ ମିଳିଥିଲା ।

ବିଶ୍ୱାସ କରାଯାଏ ଯେ ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରୁଥିବା ଭକ୍ତଙ୍କର ସମସ୍ତ ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୁଏ । ଶ୍ରାବଣ ମାସରେ ବେଲପତ୍ର, ଭାଙ୍ଗ ସହିତ ପୂଜା କରିବା ଏବଂ ଜଳ ଅର୍ପଣ କରିବା ଅତ୍ୟନ୍ତ ଫଳପ୍ରଦ ଏବଂ ଶୁଭ ଅଟେ । ସୋମବାର ଉପବାସ କରିବା ଏବଂ ଗଙ୍ଗାରେ ଗାଧୋଇବା ଗୁରୁତ୍ୱପୂର୍ଣ୍ଣ।
ଜଳଲାଗି ଲାଗି ବିଭିନ୍ନ ଶୈବପୀଠରେ ପ୍ରବଳ ଭିଡି ଦେଖିବାକୁ ମିଳିଛି । କାଉଡିଆମାନେ ଦଳଗତ ଭାବେ ଗତକାଲିଠୁ ପାଣି ଉଠାଇ ଜଳଲାଗି ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ବ୍ରହ୍ମପୁରରେ କାଳୀ ମନ୍ଦିର ଗ୍ରୁପ ପକ୍ଷରୁ ଭିନ୍ନ ଧରଣର ପ୍ରସ୍ତୁତି କରାଯାଇଛି । କାଉଡିଆମାନେ ତିରଙ୍ଗା ପତାକା ଧରି ସହର ପରିକ୍ରମା କରୁଥିବା ଦେଖିବାକୁ ମିଳିଛି ।
ସାଧାରଣ ଦର୍ଶନ ସହ କିପରି କାଉଡିଆ ମାନେ ସୁରୁଖୁରରେ ଜଳଲାଗି କରିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ । ଯେଉଁଥିପାଇଁ କାଉଡିଆମାନେ ମଧ୍ୟ ଭଲରେ ଭଲରେ ଠାକୁରଙ୍କ ପାଖରେ ପହଞ୍ଚିପାରିବେ । ରାସ୍ତାଘାଟ ବୋଲ ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ।












Click it and Unblock the Notifications