For Quick Alerts
Turn On Notification  
For Daily Alerts
Oneindia App Download

ଅନ୍ତିମ ଯାତ୍ରାରେ ନବ ଦାସ, ଝାରସୁଗୁଡ଼ାରେ ହେବ ଅନ୍ତିମ ସଂସ୍କାର

ଅନ୍ତିମ ଯାତ୍ରାରେ ନବ ଦାସ, ଝାରସୁଗୁଡ଼ାରେ ହେବ ଅନ୍ତିମ ସଂସ୍କାର

|
naba das

ଭୁବନେଶ୍ୱର:ଅନ୍ତିମ ଯାତ୍ରାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଝାରସୁଗୁଡ଼ାରେ ଶେଷ ଦର୍ଶନ ପରେ ହେବ ଅନ୍ତିମ ସଂସ୍କାର । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭନରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ନବ ଦାସଙ୍କ ପାର୍ଥୀବ ଶରୀରକୁ ବିଜେଡି ଅଫିସ ନିଆଯାଇଥିଲା । ପରେ ଭୁବନେଶ୍ୱର ବିମାନବନ୍ଦର ନିଆଯାଇ ସେଠାରୁ ସ୍ୱତନ୍ତ୍ର ହେଲିକ୍ୟାପଟରରେ ତାଙ୍କୁ ଝାରସୁଗୁଡା ନିଆଯିବ । ସେଠି ତାଙ୍କର ଶେଷକୃତ୍ୟ ହେବ ।

ସୂଚନା ଅନୁସାରେ, ଶେଷକୃତ୍ୟ ସମ୍ପନ୍ନ ବେଳେ ରାଜ୍ୟ ସରକାରଙ୍କ ତରଫରୁ ତିନି ଜଣ ମନ୍ତ୍ରୀ ଉପସ୍ଥିତ ରହିବେ । ସେମାନ ହେଲେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରଦାପ ସ୍ୱାଇଁ ଏବଂ ଟୁକୁନି ସାହୁ ।

ସୂଚନାଥାଉ ଯେ, ଗତକାଲି ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । କାରରୁ ଓହ୍ଲାଇବା ସମୟରେ ବିଜେଡ଼ି କର୍ମୀମାନେ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ମାତ୍ର ହଠାତ୍ ଠୋ କରି ଶୁଭିଲା କିଛି ଶବ୍ଦ । କିଏ କିଛି ବୁଝିବା ଆଗରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଛାତିରେ ବାଜିଥିଲା ଗୋଟିଏ ଗୁଳି । ଯାହା ତାଙ୍କ ଶରୀରକୁ ଭେଦ କରି ଆରପଟେ ବାହାରି ଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ସେଇଠି ଟଳି ପଡିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।

ପରେ ଗୁରୁତର ଅବସ୍ଥାରେ ନବ ଦାସଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ହସ୍ପିଟାଲ କତୃପକ୍ଷ କହିଥିଲେ । ଶେଷରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Last journey of late Naba Das , Cremation will be done on Jharsuguda.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X