ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ଆଜି ହେବ ଶେଷକୃତ
ପରପାରିରେ ସୂର୍ଯ୍ୟ ପାତ୍ର । ୭୪ ବର୍ଷ ବୟସରେ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ୯ଟା ୩୦ବେଳେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିବେ । ପରେ ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହାପରେ ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ କରାଯିବ ।
ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଶୋକ । ସେ କହିଚନ୍ତି ଯେ, ଜଣେ ଦକ୍ଷ ପ୍ରଶାସକ ତଥା ସଂଗଠକ ଥିଲେ ସୂର୍ଯ୍ୟ ପାତ୍ର । ଓଡ଼ିଶାର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଥମେ ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ଜନତା ଦଳରୁ ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ । ଏହାପରେ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ମଧ୍ୟ ମୋହନାରୁ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ଏହାପରେ ବିଜୁ ଜନତା ଦଳ ଗଠନ ପରେ ସୂର୍ଯ୍ୟ ନାରାୟଣ ପାତ୍ର ୨୦୦୦ ମସିହାରୁ ୨୦୦୯ ଯାଏଁ ବିଜୁ ଜନତା ଦଳରୁ ମୋହନାରେ ଦୁଇ ଥର ବିଧାୟକ ହୋଇଥିଲେ । ଏହାପରେ ୨୦୦୯ ରୁ ଦିଗପହଣ୍ଡିରୁ ବିଧାୟକ ହୋଇଆସିଛନ୍ତି ସୂର୍ଯ୍ୟ ପାତ୍ର । ସେ ଓଡ଼ିଶା ବିଧାନସଭାରେ ବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।
ଗଂଜାମ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା ଥିଲେ । ସେ ରାଜସ୍ବ, ଶକ୍ତି, ଯୋଗାଣ, ପରିବେଶ, ସଂସ୍କୃତି ଓ ସୂଚନା ଲୋକସଂପର୍କ ବିଭାଗର ମନ୍ତ୍ରୀ ରହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ଷୋଡ଼ଶ ବିଧାନସଭାରେ ସେ ୨୦୧୯ ଜୁନ୍ ୧ ରୁ ୨୦ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ ।












Click it and Unblock the Notifications