ଏଥର କଟକ ବାଲିଯାତ୍ରାରେ ଲେଜର ଶୋ’: ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ର ଜଲ୍ୱା ଦେଖିବେ ଦର୍ଶକ
ଏଥର ଜମିବ କଟକ ବାଲିଯାତ୍ରା । ଦୁଇ ବର୍ଷ ବ୍ୟବଧାନ ପରେ ସିଲିଭର ସିଟି କଟକରେ ପୁଣିଥରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା ।
କଟକ: ଏଥର ଜମିବ କଟକ ବାଲିଯାତ୍ରା । ଦୁଇ ବର୍ଷ ବ୍ୟବଧାନ ପରେ ସିଲିଭର ସିଟି କଟକରେ ପୁଣିଥରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । ଆସନ୍ତା ନଭେମ୍ବର ୮ରୁ ଆରମ୍ଭ ହୋଇ ଭେମ୍ବର ୧୬ପର୍ଯ୍ୟନ୍ତ ଚାଲିବ । ତେବେ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ରହିବ ଲେଜର ଲାଇଟ୍ ଶୋ' । ଯାହାକି ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଅନୁଷ୍ଠିତ ହେବାକୁ ଯାଉଛି ।

ଟ୍ରାଏଲରେ ଥ୍ରୀଡି ଆନିମେଶନ ଶହ ମହାତ୍ମାଗାନ୍ଧିଙ୍କ ଜୀବନି ଓ କଟକ ଗସ୍ତର ଦୃଶ୍ୟ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀରୁ ଆସିଥିବା ଟିମ୍ ମହାନଦୀ ପାଣିରେ ଏହାକୁ ଆଜି ଟ୍ରାଏଲ କରିଛନ୍ତି । ବାଲିଯାତ୍ରା ସମୟରେ ଲାଇଟ୍ ଏଣ୍ଡ ସାଉଣ୍ଡ ମାଧ୍ୟମରେ ୮ ଦିନ ଧରି ପ୍ରତିଦିନ ସଂଧ୍ୟାରେ ମାଗଣାରେ ଦର୍ଶକ ଏହାର ମଜା ନେଇ ପାରିବେ ।
ସେପଟେ ପ୍ରଥମ ଥର ପାଇଁ ସ୍ବତନ୍ତ୍ର ଭାବେ ବାଲିଯାତ୍ରା ପଡ଼ିଆରେ ୭ ଟି ପୋଲିସ ସହାୟତା କେନ୍ଦ୍ର ଖୋଲିବ କମିସନରେଟ୍ ପୋଲିସ । ବାଲିଯାତ୍ରାରେ ଲୁଟ୍, ଛିନତାଇ, ଅସଦାଚରଣର ଶିକାର ଦର୍ଶକମାନେ ଏଠାରେ ସିଧାସଳଖ ଅଭିଯୋଗ କରି ପାରିବେ । ପରେ ଥାନା ସିସିଟିଏନଏସରେ ମାମଲା ପଞ୍ଜିକରଣ କରାଯିବ। କିନ୍ତୁ ପ୍ରାଥମିକ ତଦନ୍ତ ପଡ଼ିଆରୁ ହିଁ ପୋଲିସ ଆରମ୍ଭ କରି ଅପରାଧୀଙ୍କୁ ତୁରନ୍ତ ଠାବ କରିବା କ୍ଷେତ୍ରରେ ପଦକ୍ଷେପ ନେବାର ଲକ୍ଷ୍ୟ ରହିଛି।
ଜିଲ୍ଲା ବାହାରୁ ଆସିଥିବା ଦର୍ଶକ ଥାନାରେ ପହଞ୍ଚି ଏତଲା ପଞ୍ଜିକରଣ କରିବାରେ ସମସ୍ୟା ହୋଇଥାଏ। ଥାନାରେ ଏତଲା ଦେବାରେ ବିଳମ୍ବ ହେଉଥିବାରୁ ବାଲିଯାତ୍ରାରେ ଏହି ଧରଣର ଅପରାଧୀକ ମାମଲାରେ ପୋଲିସ ଅପରାଧୀଙ୍କୁ ଠାବ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ।












Click it and Unblock the Notifications