ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ, ସୂଚନା ଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ। ଏଏସଆଇ ଏଡିଜି ଜାନ୍ଭିଜ୍ ଶର୍ମାଙ୍କ ନେତୃତ୍ୱରେ ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଛନ୍ତି। ରତ୍ନ ଭଣ୍ଡାର ତଦାରଖ କରି ଫେରିବା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ସେ କହିଛନ୍ତି, ଆଜିର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନି। ଆଗକୁ ରାଡାର ସର୍ଭେ ହେବ। ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର୍ ସର୍ଭେ କରାଯିବାକୁ ସ୍ଥିର କରାଯାଇଛି। ସମସ୍ତ ଯାଞ୍ଚ ସରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ସେହିପରି ASI ଏଡିଜି କହିଛନ୍ତି, ରାଜ୍ୟ ସରକାରଙ୍କ ଏସ୍ଓପି ଅନୁସାରେ ଏଏସଆଇ ମରାମତି କାମ କରିବ। କାମ ଅଧା ଅଛି, ଟିମ୍ ପୁଣି ଆସିବ। ତେବେ ସୁଡ଼ଙ୍ଗ ଥିବା ସମ୍ପର୍କରେ ବର୍ତ୍ତମାନ କହିପାରିବି ନାହିଁ ବୋଲି ASI ଏଡିଜି କହିଛନ୍ତି।
ସେପଟରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ASI ଟିମ୍ ଅନୁଧ୍ୟାନ କରିଛି। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସ୍ଆଇର ୬ ଜଣିଆ ଟିମ ସୂର୍ଯ୍ୟମନ୍ଦିର ପରିସରରେ ଅନୁଧ୍ୟାନ କରିଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲି କଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଛି ଟିମ୍। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ଦୁଇବର୍ଷ ହେଲା କାମ ଆରମ୍ଭ ହୋଇଛି।












Click it and Unblock the Notifications