ଦୁଇଭାଗ ହୋଇଗଲା ବଡଦାଣ୍ଡ ଭିଡ଼, ମାନବ ଶୃଙ୍ଖଳା ଭିତରେ ଆସିଲା ଆମ୍ବୁଲାନ୍ସ
ପୁରୀ: ଦୁଇଭାଗ ହୋଇଗଲା ବଡଦାଣ୍ଡ ଭିଡ଼ । ମାନବ ଶଙ୍ଖଳା ଭିତରେ ଆସିଲା ଆମ୍ବୁଲାନ୍ସ । ବାଟ ଛାଡି ଦେଲେ ଭକ୍ତ । ଏମିତି ପ୍ରଶଂସନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡରେ ।
ବାସ୍ତବରେ ବଡ ଦାଣ୍ଡରେ ବସିଥିବା ବେଳେ ପାଣି ଯୋଗାଇଥିବା ଗାଡ଼ି କିଛି ମହିଳାଙ୍କ ଉପରେ ମାଡ଼ି ଯାଇଥିଲା । ଦୁଇ ଜଣଙ୍କର ଗୋଡ଼ ଓ ଜଙ୍ଘରେ ଆଘାତ ଲାଗିବା ଯୋଗୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିପାଇଁ ଆସିଥିଲା ଆମ୍ବୁଲାନ୍ସ । ତେବେ ଭିଡ଼ ଭିତରେ ଆମ୍ବୁଲାନ୍ସକୁ ବାଟ ବାହାର କରି ଦେଇଥିଲେ ସୁରକ୍ଷା କର୍ମୀ ଓ କିଛି ସମାଜସେବୀ ।

ସେହିପରି ତାଳଧ୍ବଜ ରଥଟଣା ବେଳେ ମରିଚିକୋଟ ଛକରେ ଠେଲାପେଲା ହେବାରୁ ଏକାଧିକ ଆହତ ହୋଇଥିବା ଜଣା ପଡ଼ିଛି । ସେଥିରୁ ଅନେକଙ୍କ ଗୁରୁତର ଆହତ ହୋଇଛନ୍ତି । ୭ ଜଣରୁ ଅଧିକକୁ ଅଚେତ୍ ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଥାଉ କି, ଅପରାହ୍ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା। ଏହାପରେ ୩ଟା ୫୫ ମିନିଟରେ ଦର୍ପଦଳନକୁ ଟାଣାଯାଉଛି। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି । ଅପରାହ୍ଣ ୪ଟା ୫୦ରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଶରଧାବାଲି ଅଭିମୁଖେ ଟାଣି ନେଇଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ଗଡ଼ିଚାଲିଛି ତିନି ରଥ । ଉତ୍ସାହର ରଥ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ମାଉସୀ ମାଆ ଘର ଅଭିମୁଖେ ରଥରେ ବସି ଯାତ୍ରା ଆରମ୍ଭ କରିଛନ୍ତି ଶ୍ରୀଜିଉ ।












Click it and Unblock the Notifications