ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା; ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ
ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ।ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଗଜପତି ଜିଲ୍ଲାରେ ୩/୪ଟି ବ୍ଲକ୍ରେ ଭୂସ୍ଖଳନ ଆଶଙ୍କା ।ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଭୂସ୍ଖଳନ ଆଶଙ୍କା ରହିଛି । ପାହାଡ଼ ପାଦ ଦେଶରେ ଥିବା ଲୋକେ ଆଶ୍ରୟସ୍ଥଳକୁ ଯାଆନ୍ତୁ। ମାଟି ଓଦା ଥିବାରୁ ଅଧିକ ବର୍ଷା ହେଲେ ମାଟି ଧସିପାରେ । ଆମ ପାଇଁ ଏଥର ପବନ ଅପେକ୍ଷା ବର୍ଷା ଅଧିକ ଚ୍ୟାଲେଞ୍ଜ୍ । ୧୩୦ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି। ପରିସ୍ଥିତିକୁ ମୁକାବିଲା କରିବୁ ।
ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାର ୮ ଜିଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲିଠୁ ୩୦ ଯାଏ ୮ ଜିଲାରେ ସ୍କୁଲ ବନ୍ଦ ରହିବ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ସ୍କୁଲ ବନ୍ଦ ରହିବ । ଏହା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ସ୍ପଷ୍ଟ ହୋଇଛି ବାତ୍ୟା 'ମୋନ୍ଥା'ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ସାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ 'ମୋନ୍ଥା' ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି. ରହିବ। ଏହାର ପ୍ରଭାବରେ ୨୭ ତାରିଖ ସୋମବାରଠାରୁ ୪ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦରରେ ୨ ନଂ ବିପଦ ସଙ୍କେତ ଜାରି କରାଯାଇଛି । ଏପରିକି ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications