ଭୂସ୍ଖଳନ ଆଶଙ୍କା ; ଆସନ୍ତା ୩୦ ଯାଏଁ କଳିଙ୍ଗା ଘାଟି ରାସ୍ତା ସିଲ୍

ଭୀଷଣ ବାତ୍ୟା 'ମୋନ୍ଥା' ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କା କରି କଳିଙ୍ଗା ଘାଟି ରାସ୍ତା ସିଲ୍ । କଳିଙ୍ଗା ଘାଟି ରାସ୍ତାକୁ ବ୍ୟାରିକେଟ୍ ବାନ୍ଧି ସିଲ୍ କଲା ପ୍ରଶାସନ । ଭୂସ୍ଖଳନ ଆଶଙ୍କାରେ ଘାଟି ଅଞ୍ଚଳରେ ବସବାସ କରୁଥିବା ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

Kalinga Ghat road

ବାତ୍ୟାର ପ୍ରଭାବ ଜି.ଉଦୟଗିରିରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ସକାଳୁ ସକାଳୁ ଜିଲ୍ଲାର ଜି.ଉଦୟଗିରି, ରାଇକିଆ, ଟିକାବାଲି, ଚକାପାଦ ଆଦି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । କଳିଙ୍ଗା ଘାଟିରେ ପ୍ରଶାସନ ପକ୍ଷରୁ କାମ ବନ୍ଦ କରାଯାଇଛି । ଘାଟିର ଭୁସ୍ଖଳନ ସ୍ଥାନକୁ ଜି.ଉଦୟଗିରି ପୋଲିସ ଯାଇ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ସହ ତାଙ୍କ ଟିମ୍ ଏହି ସ୍ଥାନ ସମୀକ୍ଷା କରିବା ସହ କଳିଙ୍ଗା ଠାରେ ନାକା ବନ୍ଦୀ କରାଯାଉଛି । କାହାକୁ ବି ଘାଟି ଭିତରକୁ ଛଡାଯାଉ ନାହିଁ ।

ଜି.ଉଦୟଗିରି ବିଡ଼ିଓ କହିଛନ୍ତି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ତଳିଆ ଅଞ୍ଚଳ, ପାହାଡିଆ ଅଞ୍ଚଳରେ ଥିବା ଲୋକଙ୍କ ପ୍ରତି ଧ୍ୟାନ ଦିଆଯାଉଛି । ଆବଶ୍ୟକ ପଡିଲେ ପ୍ରଶାସନକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ବିଡ଼ିଓ ଶରତ କୁମାର ମଲ୍ଲିକ । ଅନ୍ୟପକ୍ଷରେ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ କହିଛନ୍ତି, ୩୦ ତାରିଖ ପର୍ଯ୍ୟନ୍ତ କାହାକୁ ଘାଟିକୁ ଯିବାକୁ ବାରଣ କରାଯାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+