ମାଲକାନଗିରି ବାୟାପଡ଼ା ଘାଟିରେ ଭୂସ୍ଖଳନ; ୧୯ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
ମାଲକାନଗିରି ବାୟାପଡ଼ା ଘାଟିରେ ଭୂସ୍ଖଳନ। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନାକାମାମୁଡ଼ି ପଞ୍ଚାୟତର ୧୯ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ପ୍ରାୟ ୩ ହଜାର ଲୋକେ ହନ୍ତସନ୍ତ ହେଉଛନ୍ତି।
ଦକ୍ଷିଣ ଓଡ଼ିଶାର ସବୁଆଡ଼େ ପାଣି ଆଉ ପାଣି । ମାଲକାନଗିରି ଓ ଗଜପତି ଜିଲ୍ଲାର ଅନେକ ପୋଲ ଉପରେ ଚାଲୁଛି ବନ୍ୟା ଜଳ । ଫଳରେ ଲୋକେ ନାନାଦି ଅସୁବିଧା ଭୋଗିଲେଣି।

ଚିତ୍ରକୋଣ୍ଡାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। । ଯୋଗାଯୋଗ ବିଚ୍ଛିନ୍ନ ଅଛି। ଗତକାଲି ପାରଳାଖେମୁଣ୍ଡିରେ ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଧୋଇ ହୋଇ ଯାଇଥିଲ । ଫଳରେ ୩ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଡାଳିମ୍ବପୁର, ଅମରା, ରାଟିଣି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଅଢ଼େଇ ୧୨ କି.ମି. ବୁଲି ଆନ୍ଧ୍ର ଦେଇ ଆସୁଥିଲେ ଲୋକେ । ଯାହା ଦ୍ଵାରା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ମାଲକାନଗିରି , କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି।
ସେପଟେ ଗତକାଲିର ଘୂର୍ଣ୍ଣି ବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏଁ ସକ୍ରିୟ, ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି।












Click it and Unblock the Notifications